fbpx

ବଜାରରେ ନିଅଣ୍ଟିଆ ସ୍ଥିତି ନାହିଁ, ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ବହୁ ଗୁଜବ ଖବର ମଧ୍ୟ ମିଳୁଛି । ସେଥିପାଇଁ କରୋନା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଆତଙ୍କିତ ହେବାର କାରଣ ନାହିଁ ସଚେତନ ହେବା ଦରକାର । ୫ରୁ ଅଧିକ ଲୋକ ଥିବା ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ଆବଶ୍ୟକ । ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ମହଜୁଦ ଅଛି । ବଜାରରେ କିଛି ନିଅଣ୍ଟିଆ ସ୍ଥିତି ନଥିବା ବେଳେ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଆମ ବିଭାଗ ସଚେତନ ଅଛି ଓ ଅନ୍ୟ ବିଭାଗ ସହ ସମନ୍ୱୟ ମଧ୍ୟ ରଖାଯାଇଛି । ଆଗୁଆ ୩ମାସର ପିଡ଼ିଏସ ସାମଗ୍ରୀ ଆଗୁଆ ଯୋଗାଇବାକୁ ଯୋଜନା କରାଯାଇଛି । ସାନିଟାଇଜର ଓ ମାସ୍କ ଉତ୍ପାଦନ ଅଧିକ ମାତ୍ରାରେ ଚାଲିଛି । ଏହାସହ ଗୁଜବକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

Get real time updates directly on you device, subscribe now.