fbpx

ଭିଜିଲାନ୍ସ ଜାଲରେ ରେଂଜର; ଏକକାଳୀନ ୬ଟି ସ୍ଥାନରେ ଚଢାଉ

ବଲାଙ୍ଗିର: ଆଜିକାଲି ଦେଶ ତଥା ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ସଂଖ୍ୟା ବଢିବାର ଲାଗିଛି । ପ୍ରତ୍ୟେକ ଦିନ କେହି ନାଁ କେହିଁ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଯାଉଛନ୍ତି । ପୂର୍ବରୁ ଅନେକ ଅଧିକାରୀଙ୍କୁ ଭିଜିଲାନ୍ସ ଟାର୍ଗେଟ କରି ଧରିଥିବା ବେଳେ ବର୍ତ୍ତମାନ ଏହି ପଞ୍ଝାରେ ପଡିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ । ତେବେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଧରିଛି ଭିଜିଲାନ୍ସ ଟିମ୍ ।

ମିଳିଥିବା ସୂଚନା ଅନୁଯାୟୀ, ଟିଟିଲାଗଡ ବନ ବିଭାଗ ରେଜଂର ଶିବ ପ୍ରସାଦ ନାଏକଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଫଳରେ ଟିଟିଲାଗଡ ଅଫିସ, ପୈତୃକ ଘର ସହ ଏକ କାଳୀନ ୪ ଟି ସ୍ଥାନରେ ଚଢାଉ ଜାରୀ ରହିଛି । ତେବେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ରେଡ କରିଛି । ବର୍ତ୍ତମାନ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରୀ ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି ତାହା ଜଣା ପଡି ନାହିଁ । ତେବେ ସମ୍ପୂର୍ଣ୍ଣ ରେଡ ପରେ ଏହା ଜଣା ପଡିବ ବୋଲି ବିଶେଷ ସୁତ୍ରରୁ ଖବର ପ୍ରକାଶ ପାଇଛି ।

Get real time updates directly on you device, subscribe now.