fbpx

ଶ୍ରୀଲଙ୍କାର କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ୱିକ୍ରେମିସିଂହେ, ବାଚସ୍ପତି ଦେଲେ ସୂଚନା

Advertisement

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଚରମ ସ୍ଥିତିରେ ପହଁଚିଛି। ଯାହାର ପ୍ରତିଫଳନ ଏବେ ସେଠାରେ ଦେଖିବାକୁ ମିଳୁଛି। ଏଭଳି ସମୟରେ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ନିଯୁକ୍ତ ହୋଇଛନ୍ତି ରାନିଲ ୱିକ୍ରେମିସିଂହେ। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ମାଲଦ୍ୱୀପକୁ ପଳାଇବା ପରେ ଶ୍ରୀଲଙ୍କାରେ ରାନିଲ ୱିକ୍ରେମିସିଂହଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ଘୋଷଣା କରାଯାଇଛି। ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପ ଆବେୱାର୍ଡେନା ଏହା ସୂଚନା ଦେଇଛନ୍ତି। ଏହା ପରେ କଲମ୍ବୋରେ ଉତ୍ତେଜନା ବୃଦ୍ଧି ପାଇଛି। ଜନସାଧାରଣଙ୍କ କ୍ରୋଧକୁ ଦୃଷ୍ଟିରେ ରଖି କଲମ୍ବୋରେ କର୍ଫ୍ୟୁ ଲାଗୁ କରାଯାଇଛି।

ସ୍ଥିତି ଅଧିକ ଖରାପ ହେବା ସହ ଲୋକମାନେ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି। ରାଷ୍ଟ୍ରପତିଙ୍କ ବାସଭବନ ପରେ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା କରିଛନ୍ତି। ଅର୍ଥନୈତିକ ସଙ୍କଟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତାବାୟା ରାଜପକ୍ସେ ଦେଶ ଛାଡି ପଳାୟନ କରିଛନ୍ତି, ଏହା ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଶ୍ରୀଲଙ୍କାରୁ ଗୁପ୍ତ ଭାବେ ଦେଶ ଛାଡି ପଳାଇବା ପରେ ଆଜି ଗୋଟାବାୟା ରାଜପକ୍ସେ ମଧ୍ୟ ଶ୍ରୀଲଙ୍କାର ରାଷ୍ଟ୍ରପତି ପଦରୁ ଘୋଷଣା ଇସ୍ତଫା କରିଥିଲେ।

ଖବର ଅନୁଯାୟୀ, ଗୋଟାବାୟା ରାଜପକ୍ସେ ସାମରିକ ବିମାନ ଯୋଗେ ପଡୋଶୀ ଦେଶ ମାଲଦ୍ୱୀପକୁ ଯାଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ ଆଣ୍ଟୋନୋଭ-୩୨ ବିମାନରେ ଥିବା ଚାରିଜଣ ଯାତ୍ରୀଙ୍କ ମଧ୍ୟରେ ୭୩ ବର୍ଷୀୟ ନେତା, ତାଙ୍କ ପତ୍ନୀ ଏବଂ ଜଣେ ଅଙ୍ଗରକ୍ଷୀ ମଧ୍ୟ ଥିଲେ। ଉଲ୍ଲେଖଥାଉ କି, ପ୍ରଦର୍ଶନକାରି ରାଷ୍ଟ୍ରପତି ଭାବନାକୁ ପଶିବା ପରେ ଗତ ଶୁକ୍ରବାର ଠାରୁ ଗୋଟାବାୟା ନିଖୋଜ ଥିଲେ।

Get real time updates directly on you device, subscribe now.