fbpx

ରଣଜୀ ଟ୍ରଫି ଫାଇନାଲ: ଦ୍ୱିତୀୟ ଥର ଟାଇଟଲ ଜିତିଲା ସୌରାଷ୍ଟ୍ର, ବେଙ୍ଗଲ ୯ ୱିକେଟରେ ପରାସ୍ତ

Advertisement

କୋଲକାତା: ରଣଜୀ ଟ୍ରଫି ଫାଇନାଲ ମ୍ୟାଚରେ ବେଙ୍ଗଲକୁ ୯ ୱିକେଟରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟାଇଟଲ ଜିତିଛି ସୌରାଷ୍ଟ୍ର। ଦ୍ୱିତୀୟ ଇନିଂସରେ ସୌରାଷ୍ଟ୍ର ଆଗରେ ବେଙ୍ଗଲ ମାତ୍ର ୧୨ ରନ୍ ଟାର୍ଗେଟ ଦେଇଥିଲା। ଦ୍ୱିତୀୟ ଇନିଂସରେ ସୌରାଷ୍ଟ୍ରର ଅଧିନାୟକ ଜୟଦେବ ଉନାଦକତ୍ ୬ ୱିକେଟ୍ ନେଇ ବେଙ୍ଗଲକୁ ଦ୍ୱିତୀୟ ଇନିଂସରେ ୨୪୧ ରନରେ ସୀମିତ ରଖିଥିଲେ।

ବେଙ୍ଗଲ ପ୍ରଥମ ଇନିଂସରେ ୧୭୪ ରନ କରି ଅଲଆଉଟ ହୋଇ ଯାଇଥିବା ବେଳେ ସୌରାଷ୍ଟ୍ର ପ୍ରଥମ ଇନିଂସରେ ବେଙ୍ଗଲ ଆଗରେ ୪୦୪ ରନର ବିଶାଳ ସ୍କୋର ଛିଡା କରିଥିଲା। ଏହାପରେ ଦ୍ୱିତୀୟ ଇନିଂସରେ ମଧ୍ୟ ବେଙ୍ଗଲ ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଦ୍ୱିତୀୟ ଇନିଂସରେ ୨୪୧ ରନରେ ପୁରା ଟିମ୍ ଅଲଆଉଟ ହୋଇଯିବା ପରେ ସୌରାଷ୍ଟ୍ର ଆଗରେ ମାତ୍ର ୧୨ ରନର ଟାର୍ଗେଟ ଥିଲା। ଯାହାକୁ ସୌରାଷ୍ଟ୍ର ଗୋଟିଏ ୱିକେଟ ହରାଇ ହାସଲ କରି ନେଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଜୟଦେବ ଉନଦକତ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ଅର୍ପିତ୍ ଭସବଦା ପ୍ଲେୟାର ଅଫ୍ ଦି ମ୍ୟାଚ୍ ସିରିଜ୍ ହୋଇଛନ୍ତି।

Get real time updates directly on you device, subscribe now.