fbpx
BJD SKY
BJD SKY

ରଞ୍ଜିତ ସିଂ ହତ୍ୟା ମାମଲା: ଗୁରମିତ ରାମ୍ ରହିମ୍ ଦୋଷୀ ସାବ୍ୟସ୍ତ

BJD

ନୂଆଦିଲ୍ଲୀ: ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ୍ ରହିମ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହରିୟାଣାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାମ ରହିମ୍ । ରଞ୍ଜିତ ସିଂ ହତ୍ୟା ମାମଲାରେ ସିବିଆଇ କୋର୍ଟଙ୍କ ରାୟ ଆଜି ହୋଇଛି । ଏଥିରେ ଗୁରମିତ୍ ରାମ ରହିମ୍ ସମେତ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସିବିଆଇ କୋର୍ଟ ଅକ୍ଟୋବର ୧୨ ତାରିଖରେ ସଜ୍ଜା ଶୁଣାଇବେ । ଶୁକ୍ରବାର ଦିନ ଏହି ମାମଲାରେ ଅଭିଯୁକ୍ତ ଗୁରମିତ୍ ରାମ ରହିମ୍ ଏବଂ କୃଷ୍ଣ କୁମାର ଭିଡିଓ କନଫରେନ୍ସ ମାଧ୍ୟମରେ ହାଜର ହୋଇଥିଲେ । ଅନ୍ୟପଟେ ଅଭିଯୁକ୍ତ ଅବତାର, ଜସବୀର ଏବଂ ସବଦିଲ ପ୍ରତ୍ୟକ୍ଷ ରୂପରେ କୋର୍ଟରେ ହାଜର ହୋଇଥିଲେ । ଶୁକ୍ରବାର ଦିନ ହୋଇଥିବା ଶୁଣାଣିରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଅଦାଲତ ଏହି ମାମଲାର ପ୍ରଥମ ଶୁଣାଣି ଅଗଷ୍ଟ ୨୬ ତାରିଖରେ କରିଥିଲେ ।

Get real time updates directly on you device, subscribe now.