fbpx

‘ରଣବୀର ଭର୍ସେସ ୱାଇଲ୍ଡ’: ବେୟର ଗ୍ରିଲ୍ସଙ୍କ ସହ ଦୁଃସାହସିକ ଯାତ୍ରା କଲେ ରଣବୀର ସିଂ

ନୂଆଦିଲ୍ଲୀ: ରଣବୀର ସିଂଙ୍କୁ କିଏ ବା ନଜାଣେ । ଅଭିନେତା ଭାବେ ରଣବୀର ସିଂ ଜଣେ ଚମତ୍କାର କଳାକାର । ରଣବୀର ସିଂ ନିଜର ଅତରଙ୍ଗୀ ପୋଷାକ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି । ତେବେ ସିମ୍ବା ଓ ପଦ୍ମାବତ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରଣବୀର ସିଂ ବେୟର ଗ୍ରିଲ୍ସଙ୍କ ସୋରେ ନଜର ଆସିବେ ।

ରଣବୀର ସିଂ ବେୟର ଗ୍ରିଲ୍ସଙ୍କ ମ୍ୟାନ୍ ଭର୍ସେସ ୱାଇଲ୍ଡରେ ଖୁବଶୀଘ୍ର ନଜର ଆସିବେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ‘ରଣବୀର ଭର୍ସେସ ୱାଇଲ୍ଡ’ ନାମ ରଖାଯାଇଛି । ଏହି କାର୍ଯ୍ୟକ୍ରମର ପ୍ରୋମୋରେ ରଣବୀର ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଛନ୍ତି । ଏହି ଥ୍ରୀଲର ଭରା ଏପିସୋଡ ଖୁବଶୀଘ୍ର ନେଟଫ୍ଲିକ୍ସରେ ଦେଖିବାକୁ ମିଳିବ ।

କାମକୁ ନେଇ ସବୁବେଳେ କୁଲ୍ ରହୁଥିବା ରଣବୀର ସିଂ ନିକଟରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ରଣବୀର ସିଂ ଘଞ୍ଚ ଜଙ୍ଗଲରେ ନଜର ଆସିଛନ୍ତି ।

ଏହି ଭିଡିଓରେ ରଣବୀର ସିଂ ବେୟର ଗ୍ରିଲ୍ସଙ୍କ ସହ ନଜର ଆସିଛନ୍ତି । ଏଥିରେ ରଣବୀର ଭାଲୁ ସହ ସାମ୍ନା ସାମ୍ନି ହେବା ସହ ପାହାଡ଼ ଚଢିବା ଭଳି ଦୁଃସାହସିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବେୟର ଗ୍ରୀଲ୍ସଙ୍କ ଏହି ସୋ ରେ ନଜର ଆସି ସାରିଛନ୍ତି । ସେହିପରି ଅକ୍ଷୟ କୁମାର ଓ ବିକି କୌଶଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ସାରିଛନ୍ତି ।

 

View this post on Instagram

 

A post shared by Netflix India (@netflix_in)

 

 

Get real time updates directly on you device, subscribe now.