fbpx
BSKY
BJD SHG SKY
BJD MC SKY

ରାତିରେ ଆଣ୍ଠୁଆ ଗୋପାଳ ସାଜି ବାବା କରନ୍ତି ଦୁଷ୍କର୍ମ! ସଫେଇରେ କହିଲେ ଏପରି, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣ୍ଡଗିରି ଡୁମଡୁମା ଅଞ୍ଚଳର ନିତାଇଗୌର ଆଶ୍ରମର ବାବା ପ୍ରଫୁଲ୍ଲ କୁମାର ଦାସଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ସେ ତାଙ୍କ ଆଶ୍ରମରେ ବଳାକ୍ରାର କରିଥିବା ନେଇ ଜଣେ ମହିଳା ଅଭିଯୋଗ କରିଛନ୍ତି । ଏହି ବାବା ଜଣଙ୍କ ରାତିରେ କୃଷ୍ଣ ବେଶରେ ସଜେଇ ହୋଇ କଦମ୍ବ ଗଛ ମୂଳରେ ମୃଗ ଛାଲ ପିନ୍ଧି ଦୁଷ୍କର୍ମ କରନ୍ତି ବୋଲି ଅଭିଯୋଗ ହୋଇଛି ।
କେବଳ ଏତିକି ନୁହେଁ, ସେହି ସମୟରେ ବାବା ଜଣଙ୍କ ମହିଳାଙ୍କୁ ନବବୋଧୂ ବେଶରେ ସାଜିବାକୁ ଚାପ ପକାନ୍ତି ବୋଲି ପୀଡିତା ଥାନାରେ କହିଛନ୍ତି । ମହିଳାଙ୍କ ସହିତ ଶିଶୁଙ୍କୁ ମଧ୍ୟ ନିର୍ଯାତନା କେରନ୍ତି ବିବାଦୀୟ ବାବା ।

ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଠନ କରିଛନ୍ତି ବାବା । ଏପରି ଅଭିଯୋଗର କୌଣସି ଆଧାର ନାହିଁ ବୋଲି ବାବାଙ୍କ ସମର୍ଥକ କହିଛନ୍ତି । ଏହା ସହ ବାବା କହିଛନ୍ତି ଯେ, ତାଙ୍କୁ ବଦନାମ୍ କରିବାକୁ ଷଡ଼ଯନ୍ତ୍ର କରାଯାଇଛି । ଏହା ପଛରେ ତାଙ୍କ ଜ୍ୱାଇଁଙ୍କ ହାତ ରହିଛି । ବଦନାମ କରିବାକୁ ସେମାନେ ସବୁ ଥାନାରେ ଗୋଟିଏ ଗୋଟିଏ ମାମଲା ରୁଜୁ କରୁଛନ୍ତି । ଜ୍ୱାଇଁ ଝିଅକୁ ମାରପିଟ୍ କରୁଥିବାରୁ ଆମେ ତାକୁ ଘରକୁ ନେଇଆସିଥିଲୁ । ଏହି ରାଗରେ ସେ ଏପରି କରୁଛନ୍ତି ।’ତେବେ ବିବାଦୀୟ ବାବାଙ୍କ ନାଁରେ ଅଭିଯୋଗ ଆସିବା ପରେ ଡୁମଡୁମା ଆଶ୍ରମରେ ଉତ୍ତେଜନା ଦେଖିବାକୁ ମିଳିଛି । ଆସନ୍ତୁ ଦେଖିବା କ’ଣ କହୁଛନ୍ତି ବିବାଦୀୟ ବାବା…

Get real time updates directly on you device, subscribe now.