fbpx

ମହିଳାଙ୍କ ବିରୋଧରେ ରୁଜୁ ହେବ ବଳାତ୍କାର ମାମଲା! ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦୁଷ୍କର୍ମ ଘଟଣା ପୂର୍ବ ଅପେକ୍ଷା ଖୁବ ବୃଦ୍ଧି ପାଇଛି । ତେବେ ଦେଶ ଅଧିକାଂଶ ଅଞ୍ଚଳରୁ ପୁରୁଷମାନଙ୍କ ଉପରେ ଦୁଷ୍କର୍ମ ଭଳି ଅଭିଯୋଗ ରେକର୍ଡ ହୋଇଛି । କିନ୍ତୁ ବର୍ତ୍ତମାନ ଏହି ମାମଲାରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ପୁରୁଷ ମହିଳାଙ୍କୁ ଦୁଷ୍କର୍ମ କରୁଥିବା ନେଇ ଅଭିଯୋଗ ହେଉଥିଲା, ଯେଉଁଥିରେ କେର୍ଟ ବିଚାର କରୁଥିଲେ । କିନ୍ତୁ ଏବେ ମହିଳାଙ୍କ ବିରୋଧରେ ହୋଇଛି ଦୁଷ୍କର୍ମ ଭଳି ଅଭିଯୋଗ । ମାମଲାର ପରିସ୍ଥିତିକୁ ନଜରରେ ରଖି ସୁପ୍ରିମକୋର୍ଟ ଏହାର ବିଚାର କରିବେ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ମହିଳାଙ୍କ ବିରୋଧରେ ବି ହୋଇପାରିବ କି ଦୁଷ୍କର୍ମ ଅଭିଯୋଗ ?

ରିପୋର୍ଟ ଅନୁସାରେ, ଯାହାକୁ ନେଇ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କୁ ଜବାବ ମାଗିଛନ୍ତି । ୬୨ ବର୍ଷ ବୟସ୍କା ଜଣେ ବିଧବା ମହିଳା ଏବଂ ତାଙ୍କ ପୁଅଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରାଯାଇଛି । ଏହି ଅଭିଯୋଗରେ ଆଣିଥିବା ମହିଳା ଦାବି କରିଛନ୍ତି ଯେ, ସେ ଏବଂ ବିଧବା ମହିଳାଙ୍କ ପୁଅ ‘ଅନଲାଇନ୍ ସମ୍ପର୍କ’ ରେ ଅଛନ୍ତି। ଏହା ପରେ ଦୁହେଁ ‘ଭିଡିଓ କଲ୍’ ମାଧ୍ୟମରେ ବିବାହ ମଧ୍ୟ କରିଥିଲେ। ଅଭିଯୋଗକାରୀ ମହିଳାଙ୍କ ପରିବାର ସଦସ୍ୟ ତାଙ୍କୁ ବିବାହ ସମ୍ପର୍କ ଶେଷ କରିବା ପାଇଁ ଚାପ ପକାଇବା ଆରମ୍ଭ କରିଥିଲେ। ଏହି ବିବାହକୁ ଶେଷ କରିବା ପାଇଁ ଏକ ଚୁକ୍ତିନାମା ହେବା ସହ ମହିଳାଙ୍କୁ ୧୧ ଲକ୍ଷ ଟଙ୍କା ମଧ୍ୟ ଦିଆଯାଇଥିଲା। କିନ୍ତୁ ଏହା ପରେ ସେ ବୃଦ୍ଧ ମହିଳା ଏବଂ ତାଙ୍କ ପୁଅଙ୍କ ବିରୋଧରେ ଏଭଳି ଏକ ମାମଲା ଦାୟର କରିଛନ୍ତି। ଏଥିରେ ବଳାତ୍କାର ସହିତ ବାରମ୍ବାର ଆଘାତ ଦେବା ଏବଂ ବନ୍ଦୀ କରି ରକିବା ଭଳି ଅପରାଧୀକ ଧମକ ଦେଉଥିବା ଅଭିଯୋଗ ହୋଇଛି ।

ତେବେ ଏହି ସମସ୍ତ ଅଭିଯୋଗକୁ ବୃଦ୍ଧ ମହିଳା ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ ମିଥ୍ୟା ଏବଂ ମନ ଗଢା କାହାଣୀ ବୋଲି କହିଛନ୍ତି। ଏହି ମାମଲାରେ ବୃଦ୍ଧ ବିଧବା ମହିଳାଙ୍କ ଜାମିନ ଆବେଦନକୁ ନିମ୍ନ ଅଦାଲତ ପ୍ରତ୍ୟାଖ୍ୟାନ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ବିଚାର କରିବା ପାଇଁ ରାଜି ହୋଇଛନ୍ତି । ଜଷ୍ଟିସ୍ ହୃଷିକେଶ ରାୟ ଓ ସଂଜୟ କରୋଲଙ୍କ ଦୁଇ ଜଣିଆ ଖଣ୍ଡପୀଠ ମହିଳାଙ୍କ ଗିରଫଦାରୀକୁ ସୁରକ୍ଷା ଦେବା ସହ ଏହି ମାମଲାରେ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମହିଳାଙ୍କ ଓକିଲ ଋଷି ମଲହୋତ୍ରା ଆଇପିସି ଧାରା ୩୭୬(୨)(N)(ବାରମ୍ବାର ବଳାତ୍କାର)କୁ କୋର୍ଟରେ ଦର୍ଶାଇଥିଲେ । ଏହାକୁ କମ କରି ୧୦ବର୍ଷ ଯାଏ ଜେଲ ଦଣ୍ଡ ଦିଆଯାଇ ପାରିବ । ଏହି ମାମଲାରେ କୌଣସି ମହିଳାଙ୍କ ଉପରେ ବଳାତ୍କାର ମାମଲା ରୁଜୁ ହୋଇପାରିବ ନାହିଁ ବୋଲି କହିଛନ୍ତି ଓକିଲ ଋଷି ମଲହୋତ୍ରା ।

ଆଇପିସିର ଧାରା ୩୭୫ କ’ଣ?

ବଳାତ୍କାର ଆଇପିସିର ଧାରା ୩୭୫ ରେ ବ୍ୟାଖ୍ୟା କରାଯାଇଛି । ଏହା ସହିତ, ୭ ଟି ପରିସ୍ଥିତି ମଧ୍ୟ ଉଲ୍ଲେଖ କରାଯାଇଛି ଯେତେବେଳେ ଯୌନ ସମ୍ପର୍କକୁ ବଳାତ୍କାର ବୋଲି ଧରାଯାଏ ।

ଧାରା ୩୭୫ ଅନୁଯାୟୀ, ଯଦି ଜଣେ ମହିଳାଙ୍କ ସହ ଯୌନ ସମ୍ପର୍କ ବଳପୂର୍ବକ, ତାଙ୍କ ସମ୍ମତି ବିନା, ତାଙ୍କ ଇଚ୍ଛା ବିନା, ଧମକ ଦେଇ, ବିବାହ ବାହାନାରେ କିମ୍ବା ମଦ୍ୟପାନ କରି ଦିଆଯାଏ, ତେବେ ଏହା ବଳାତ୍କାର ବୋଲି ଧରାଯାଏ ।

ଏଥି ସହିତ, ଧାରା ୩୭୬ ରେ ବଳାତ୍କାର ଦଣ୍ଡ ପାଇଁ ଏକ ବ୍ୟବସ୍ଥା ଅଛି । ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବନିମ୍ନ ୧୦ ବର୍ଷ ଜେଲ ଏବଂ ଜରିମାନା ବ୍ୟବସ୍ଥା ରହିଛି। ଏହା ଆଜୀବନ କାରାଦଣ୍ଡକୁ ବୃଦ୍ଧି ହୋଇପାରେ ।

Get real time updates directly on you device, subscribe now.