fbpx

ବିଦେଶରୁ ନିୟମିତ ଭାବେ ପାରାଦୀପକୁ ଆସୁଛି କି ନିଶାଦ୍ରବ୍ୟ?

ପାରାଦୀପ: ବିଦେଶରୁ ନିୟମିତ ଭାବେ ପାରାଦୀପକୁ ଆସୁଛି କି ନିଶାଦ୍ରବ୍ୟ, ପାରାଦୀପରେ ମାଲ୍ ପହଞ୍ଚିବା ପରେ ତାହା ଯାଉଛି କୁଆଡେ। ଅନ୍ତର୍ଜାତୀୟ ବଜାରରୁ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଆସୁଥିବା ବେଳେ ଏଥିରେ କାହାର ସବୁ ଲିଙ୍କ ରହିଛି । ଏଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ଏନେଇଅଧିକ ତଦନ୍ତ ଜାରି ରଖିଛି ଘଉଈ ଟିମ।

ସୂଚନା ଥାଉକି, ପାରାଦୀପରେ ଏକ ଜାହାଜରୁ କୋକେନ ଜବତ ହେବା ପରେ ଆରମ୍ଭ ହୋଇଛି ଛାନଭିନ। ପାରାଦୀପ ବନ୍ଦରରେ ଲାଗିଥିବା ଏମଭି-ଦେବୀ ନାମକ ଏକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରଖିଛି ଘଉଈ ଟିମ । ଅଟକ ଥିବା କ୍ରିଉ ମେମ୍ବରଙ୍କୁ ଆଜି ପଚରାଉଚରା କରିଛି ଘଉଈ । ଜାହାଜର କ୍ୟାପଟେନଙ୍କ ସମେତ ୨୧ ଜଣ ନାବିକଙ୍କୁ ଜେରା କରିଛି ଘଉଈ। ତେବେ ଗୋଟେ ପଟେ ତଦନ୍ତ ଜାରି ରହିଥିବା ବେଳେ ଅନ୍ୟପଟେ ଏତେ ଟଙ୍କାର ନିଶାଦ୍ରବ୍ୟ ଓଡିଶା ଆସିବା ପରେ ସେସବୁ କଣ କରାଯାଉଥିଲା ସେନେଇ ଏକ ଚର୍ଚ୍ଚା ଦେଖିବାକୁ ମିଳୁଛି।

ତେବେ ଏଠାରେ କହି ରଖୁଛୁ ଯେ, ଇଣ୍ଡୋନେସିଆରୁ ଆସିଥିବା ଏମଭି-ଦେବୀ ପାନାମା ନାମକ ଜାହାଜରୁ ମିଳିଥିଲା ଏହି କୋକେନ। ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରହିଛି। ପ୍ରତି ପ୍ୟାକେଟର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । କଷ୍ଟମ୍ସ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ମିଳିଥିଲା ବ୍ୟାପକ ପରିମାଣର ନିଶାଦ୍ରବ୍ୟ। ଘଟଣାରେ ଜାହାଜର କ୍ୟାପଟେନଙ୍କୁ ମଧ୍ୟ ଜେରା କରିପାରେ କ୍ରାଇମବ୍ରାଞ୍ଚର ଝଞୠ ଟିମ୍। ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପକୁ ଆସିଥିଲା। ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଜାହାଜରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଓ କୁଆାଡ଼େ ଯାଇଥାନ୍ତା ତାକୁ ନେଇ ଖୋଳତାଡ଼ କରାଯାଉଛି।

Get real time updates directly on you device, subscribe now.