fbpx
BJD SKY
BJD SKY

ଏହି ରାଶିର ଲୋକଙ୍କ ପାଇଁ ଖୁବ ସଫଳତା ଆଣିବ ୨୦୨୪: ରହିବ ଶନିଦେବଙ୍କ କୃପା ଦୃଷ୍ଟି

BJD

ନୂଆଦିଲ୍ଲୀ: ଆଉ ଦିନ କେଇଟା ଭିତରେ ସରିଯିବ ୨୦୨୩ ମସିହା । ଆଉ ଏକ ନୂଆବର୍ଷର ହେବ ଶୁଭାରମ୍ଭ । ଅନେକ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଉପହାର ନେଇ ଆସିବ ୨୦୨୪ ବର୍ଷ । ତେବେ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ବର୍ଷ ଖୁବ ଖୁସିର ସମ୍ଭାର ନେଇ ଆସିବ ବୋଲି ଆକଳନ କରାଯାଉଛି । କାରଣ ଗ୍ରହର ପରିବର୍ତ୍ତନ ମଣିଷ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଏମାନଙ୍କ ମଧ୍ୟରେ ଶନିଦେବଙ୍କ ଗୋଚର ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ବର୍ତ୍ତମାନ ଶନି ନିଜ ରାଶି କୁମ୍ଭ ରାଶିରେ ବିରାଜମାନ କରିଥିବା ବେଳେ ଆସନ୍ତା ନବବର୍ଷରେ ମଧ୍ୟ ଏହି ରାଶିରେ ହିଁ ରହିବେ ।

୨୦୨୪ରେ ଶନି ଗୋଚର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ହେବ ନାହିଁ । ଏହି ବର୍ଷରେ ଶନିଦେବ କୁମ୍ଭ ରାଶିରେ ରହି ନିଜ ସ୍ତିତି ପରିବର୍ତ୍ତନ କରିବେ । ଏହାର ପ୍ରଭାବ ସମସ୍ତ(୧୨) ରାଶି ଉପରେ ପରିଲକ୍ଷିତ ହେବ । ତେବେ ଏହାଦ୍ୱାରା କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁବ ଲାଭ ଦାୟକ ହୋଇପାରେ ।

ମେଷ ରାଶି: ୨୦୨୪ ନବବର୍ଷ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବହୁତ ଶୁଭ ବୋଲି ବିଚାର କରାଯାଉଛି । ଏହି ନୂଆ ବର୍ଷରେ ଏହି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ନିଜର କୃପାଦୃଷ୍ଟି ରଖିବେ ଶନିଦେବ । ଏହାଦ୍ୱାରା ବ୍ୟବସାୟୀମାନଙ୍କୁ ସେମାନଙ୍କ ବ୍ୟବସାୟରେ ଲାଭ ମିଳିପାରିବ । ଏହାବ୍ୟତୀତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପାଠପଢାରେ ମନ ଲାଗିବ । ତେବେ କିଛି ଛୋଟ ବଡ଼ ସମସ୍ୟା ଆସିବା ସ୍ୱାଭାବିକ । କିନ୍ତୁ ଆପଣଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।

ତୁଳା ରାଶି: ଏହି ରାଶିର ବ୍ୟକ୍ତିଙ୍କୁ ୨୦୨୪ରେ ଶନିଦେବଙ୍କୁ କୃପା ମିଳିବ । ଜୀବନରେ ସକରାତ୍ମକ ଶକ୍ତିର ଚାୟା ରହିବ । ଅଫିସରେ ନୂଆ ଦାୟିତ୍ୱ ମିଳିପାରେ, ଏହାକୁ ସଠିକ୍ ଭାବରେ ପରିଚାଳନା କରିବାର ଆବଶ୍ୟକ ରହିଛି । ପ୍ରେମ ସମ୍ପର୍କରେ ଉତ୍ଥାନ ପତନ ଲାଗି ରହିବ । ତେବେ ପରିବାର ସହିତ ଅଧିକ ସମୟ ବିତାଇବେ ଏହି ରାଶିର ବ୍ୟକ୍ତିବିଶେଷ । ବ୍ୟବସାୟୀମାନଙ୍କୁ ଏକ ଭଲ ନିବେଶକ ମଧ୍ୟ ମିଳିପାରନ୍ତି ।

କର୍କଟ ରାଶି: ଆସନ୍ତା ନୂଆ ବର୍ଷ କର୍କଟ ରାଶି ଲୋକଙ୍କ ପାଇଁ ଶୁଭ ରହିବ । ନିଜ କ୍ୟାରିୟର ଲାଇଫରେ ନୂଆ ଅବସର ପ୍ରାପ୍ତ ହେବ । ଚାକିରି ସନ୍ଧାନରେ ରହୁଥିବା ବ୍ୟକ୍ତିମାନଙ୍କୁ ଖୁସି ଖବର ମିଳିପାରେ । ଏହାସହିତ ରୋଜଗାର ବୃଦ୍ଧି କରିବା ପାଇଁ ନୂଆ ସୁଯୋଗ ପ୍ରାପ୍ତି ହେବ । ପରିବାରରେ ସୁଖ-ସମୃଦ୍ଧି ମାହୋଲ ଛାଇ ରହିବ । କଷ୍ଟଦାୟକ ସମୟ ଆସିଲେ ପରିବାର ଏବଂ ବନ୍ଧୁମାନଙ୍କ ସହାୟତା ମିଳିପାରିବ ।

Get real time updates directly on you device, subscribe now.