fbpx

ଘର ଅଳିଆରୁ ମିଳିଲା ୨୦ କୋଟି ଟଙ୍କାର ଦୁର୍ଲଭ ହୀରା, ବୃଦ୍ଧ ଦମ୍ପତିଙ୍କ ବଦଳିଗଲା ଭାଗ୍ୟ!

ନୂଆଦିଲ୍ଲୀ: ମଣିଷର ଭାଗ୍ୟ କେତେବେଳେ ବଦଳିଯିବ ତାହା କେହି ବି କହିପାରିବେନି । କାହା ସହ କୌଣସି ବି ମୁହୂର୍ତ୍ତରେ ଚମତ୍କାର ହେବ ତାହା ଆଗରୁ ଜାଣିବା ଖୁବ୍ ମୁସ୍କିଲ୍ । ତେବେ ଏପରି କିଛି ହୋଇଛି ବ୍ରିଟେନରେ ରହୁଥିବା ଜଣେ ଦମ୍ପତିଙ୍କ ସହିତ । ଏହି ଦମ୍ପତି ନିଜ ଘର ସଫା କରିବା ସମୟରେ ଅଳିଆରୁ ୩୪ କ୍ୟାରେଟ୍ ହୀରା ପାଇଛନ୍ତି । ଏହାର ବଜାର ମୂଲ୍ୟ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ଉକ୍ତ ହୀରାର ମୂଲ୍ୟ ୨୦ କୋଟି ୬୫ ଲକ୍ଷ ୪୫ ହଜାର ୬୦୦ ଟଙ୍କା ଅର୍ଥାତ୍ ୨ ମିଲିୟନ୍ ପାଉଣ୍ଡ ।

ବିବିସିର ଏକ ରିପୋର୍ଟ ଅନୁସାରେ, ଏହି ୩୪ କ୍ୟାରେଟ୍ ହୀରା ମାର୍କ ଲେନ୍ ଙ୍କୁ ମିଳିଛି । ମାର୍କ ଯେତେବେଳେ ଏହି ହୀରାର ବଜାର ମୂଲ୍ୟ ଜାଣିବାକୁ ପାଇଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ହୀରା ୨ ମିଲିୟନ୍ ପାଉଣ୍ଡ୍ ର ହୋଇଥିବା ଜଣାପଡ଼ିଥିଲା । ମାର୍କ କହିଛନ୍ତି ଯେ, ଏହି ହୀରା ଏକ କଏନ୍ ଠାରୁ ବି ବଡ଼ ଏବଂ ଏହାର ନିଲାମ ଆସନ୍ତା ମାସରେ ଲଣ୍ଡନରେ ଡେଟନ୍ ଗାର୍ଡେନରେ ହେବ ।

ମାର୍କ ଲେନ୍ କହିଛନ୍ତି ଯେ, ସେ ତାଙ୍କ ଘର ଅଳିଆରୁ ଏକ ପଥର ପାଇଥିଲେ । ଯାହାକି ଏକ କଏନଠାରୁ ବଡ଼ ଦେଖାଯାଉଥିଲା । ପ୍ରଥମେ ତ ତାଙ୍କୁ ଲାଗିଥିଲା ଯେ, ଏହା ଏକ କ୍ୟୁବିକ୍ ଜିରକୋନିଆ, ଅର୍ଥାତ୍ ସିନ୍ଥେଟିକ୍ ହୀରା ଭଳି ବସ୍ତୁ । ପରେ ସେ ଏହାକୁ ହୀରାର ଯାଞ୍ଚ ଡାଇମଣ୍ଡ ଟେଷ୍ଟର୍ ଦ୍ୱାରା କରାଇଥିଲେ । ଏହାପରେ ଉକ୍ତ ହୀରାକୁ ଲଣ୍ଡନରେ ନିଲାମ କରିବା ନେଇ ନିଷ୍ପତ୍ତି ନେଇଥିଲେ । ତେବେ ତାଙ୍କୁ ମିଳିଥିବା ହୀରା ୩୪.୧୯ କ୍ୟାରେଟ୍ ର ହୋଇଥିବା ବେଳେ ଏହା ଏକ ଦୁର୍ଲଭ ହୀରା । ଏହିଭଳି ହୀରାକୁ ସବୁଠାରୁ ମୂଲ୍ୟବାନ ବୋଲି କୁହାଯାଇଥାଏ ।

Get real time updates directly on you device, subscribe now.