fbpx

ସୂର୍ଯ୍ୟରୁ ବାହାରିଥିବା ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ ଆଜି ପୃଥିବୀ ସହ ହେବ ଧକ୍କା, ପ୍ରଭାବିତ ହୋଇପାରେ ଜିପିଏସ୍

ୱାଶିଂଟନ୍: ସୂର୍ଯ୍ୟଙ୍କଠାରୁ ଏକ ଉଜ୍ଜ୍ୱଳ ଆଲୋକ ବାହାରିଥିବା ନେଇ ନାସାର ସୋଲାର ଡାଇନାମିକ୍ସ ଅବଜରଭେଟରୀ ସୂଚନା ଦେଇଛି । ଏହା ଯୋଗୁଁ ଶନିବାର ଦିନ ଏକ ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ କିମ୍ବା ଭୂ-ଚୁମ୍ବକୀୟ ଝଡ଼ ପୃଥିବୀକୁ ଧକ୍କା ଦେଇପାରେ । କୁହାଯାଉଛି ଯେ ଏହି ଷ୍ଟୋର୍ମ ଯୋଗୁଁ ମଣିଷମାନେ କୌଣସି ଅସୁବିଧାରେ ପଡିବେ ନାହିଁ, କିନ୍ତୁ ଜିପିଏସ୍ ଓ ସଞ୍ଚାର ବ୍ୟବସ୍ଥା ପ୍ରଭାବିତ ହୋଇପାରେ । ଏହି ଷ୍ଟୋର୍ମର ବିଶେଷ ପ୍ରଭାବ ଆମେରିକାରେ ଦେଖିବାକୁ ମିଳେ ।

ତେବେ ଗୁରୁବାର ଦିନ ସୂର୍ଯ୍ୟଙ୍କ ପାଞ୍ଚଟି କ୍ଲଷ୍ଟର ମଧ୍ୟରୁ ଲକ୍ଷ ଲକ୍ଷ ଟନ୍ ଆୟୋନାଇଜଡ୍ ଗ୍ୟାସ୍ ବାହାରିଥିବାର ଖବର ମିଳିଛି । ଆମେରିକାର ସ୍ପେସ୍ ଏଜେନ୍ସି ସୂଚନା ଦେଇଛି ଯେ, ଗୁରୁବାର ଦିନ ସୂର୍ଯ୍ୟଙ୍କଠାରୁ ଏକ୍ସ୧ ଶ୍ରେଣୀର ଅଗ୍ନି ବାହାରିଛି । ନାସା କହିଛି ଯେ ଏକ୍ସ ଶ୍ରେଣୀ ସବୁଠାରୁ ତୀବ୍ର ଉଜ୍ଜ୍ୱଳ ଦେଖାଇଥାଏ । ସୂର୍ଯ୍ୟରୁ ହୋଇଥିବା ଏହି ଗତିବିଧି ଯୋଗୁଁ ରେଡିଓ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇପାରେ । ମିଡିଆ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟର ଯେଉଁ ସ୍ଥାନରୁ ଏହି ଅଗ୍ନି ବାହାରିଛି, ତାହାର ନାଁ ଏଆର୨୮୮୭ । ବର୍ତ୍ତମାନ ଏହା ସୂର୍ଯ୍ୟର କେନ୍ଦ୍ରରେ ଅଛି ଓ ଏହାର ଦିଗ ପୃଥିବୀ ଆଡକୁ ରହିଛି ।

Get real time updates directly on you device, subscribe now.