fbpx

(Video) ଇତିହାସ ରଚିଲେ ରସିଦ ଖାନ୍: ମାତ୍ର ୨୪ ବର୍ଷ ବୟସରେ କରିଦେଲେ ଏହି କମାଲ

ନୂଆଦିଲ୍ଲୀ: ସାଉଥ୍ ଆଫ୍ରିକାରେ ଚାଲିଥିବା ଟି -୨୦ ଲିଗରେ ଆଫଗାନିସ୍ତାନ ସ୍ପିନର ରସିଦ ଖାନ ଇତିହାସ ସୃଷ୍ଟି କରିଛନ୍ତି । ସେ ପ୍ରିଟୋରିଆ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ତିନୋଟି ୱିକେଟ୍ ନେଇ ଟି -୨୦ କ୍ରିକେଟ୍ ରେ ୫୦୦ ୱିକେଟ୍ ସମାପ୍ତ କରିଛନ୍ତି ।

ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ସେ ଦୁନିଆର ସବୁଠୁ କନିଷ୍ଠ ବୋଲର ହୋଇପାରିଛନ୍ତି । ତାଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜ୍ ଭେଟେରାନ୍ ଅଲରାଉଣ୍ଡର ଡୱେନ ବ୍ରାଭୋ କ୍ରିକେଟ୍ ର ସବୁଠାରୁ କମ୍ ଫର୍ମାଟରେ ୫୦୦ ରୁ ଅଧିକ ୱିକେଟ୍ ନେଇଛନ୍ତି, କିନ୍ତୁ ରସିଦ କେବଳ ୨୪ ବର୍ଷ ବୟସରେ ଏହି କାରନାମା କରିଛନ୍ତି । ଯଦି ସେ ଏହିପରି ଖେଳିବା ଜାରି ରଖନ୍ତି, ତେବେ ସେ ଆଗାମୀ ଅନେକ ବର୍ଷ ମଧ୍ୟରେ ଆହୁରି ଅନେକ ରେକର୍ଡ ସୃଷ୍ଟି କରିବେ ।

ବ୍ରାଭୋ ଟି -୨୦ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇ ରେକର୍ଡ କରିଛନ୍ତି । ବ୍ରାଭୋ ୫୫୬ ମ୍ୟାଚରେ ୬୧୪ ଶିକାର କରିଥିବା ବେଳେ ରସିଦ ଖାନ ତାଙ୍କ ୩୭୧ ତମ ମ୍ୟାଚରେ ୫୦୦ ୱିକେଟ୍ ରେକର୍ଡ ଛୁଇଁଛନ୍ତି । ତାଙ୍କ ବ୍ୟତୀତ ସୁନୀଲ ନରେନ (୪୭୪), ଇମ୍ରାନ ତାହିର (୪୬୬) ଏବଂ ଶାକିବ ଅଲ ହାସନ (୪୩୬) ଏହି ତାଲିକାରେ ଅଛନ୍ତି । ଏହା ସହ ରସିଦ ୫୦୦ ଟି -୨୦ ୱିକେଟ୍ ନେଇ ବିଶ୍ୱର ପ୍ରଥମ ସ୍ପିନର ହୋଇଛନ୍ତି ।

ତେବେ ରସିଦଙ୍କ ରେକର୍ଡ ପ୍ରଦର୍ଶନ ପରେ ମଧ୍ୟ ତାଙ୍କ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । ରସିଦ ଦକ୍ଷିଣ ଆଫ୍ରିକା ଟି -୨୦ ଲିଗରେ ଏମଆଇ କେପଟାଉନର ଅଧିନାୟକ ଅଛନ୍ତି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପ୍ରିଟୋରିଆ କ୍ୟାପିଟାଲ୍ସ ଏମଆଇ ସମ୍ମୁଖରେ ୧୮୩ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏହି ସ୍କୋରକୁ ପିଛା କରି ଏମଆଇ ଟିମ୍ ୧୩୦ ରନ୍ କରିଥିଲେ ।

Get real time updates directly on you device, subscribe now.