fbpx

ଆଜ୍ଞାମାଳ ପରେ ଦେବୀ ସୁଭଦ୍ରାଙ୍କ ଚାଲିଛି ରଥଟଣା

Advertisement

ପୁରୀ(ଓଡ଼ିଶା ଭାସ୍କର): ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ତିନି ରଥରେ ବିଜେ ହୋଇଛି ଆଜ୍ଞାମାଳ । ରଥଗୁଡିକୁ ଦକ୍ଷିଣ ମୋଡ କରାଯିବାକୁ ଆରମ୍ଭ ହୋଇଥାଏ ଏହି ପ୍ରକ୍ରିୟା । ତେବେ ଆଜ୍ଞାମାଳ ଆସିବା ପରେ ରଥ ଦକ୍ଷିଣମୋଡ ପ୍ରକ୍ରିୟା ହୋଇଛି । ପୂଜାପଣ୍ଡା ସାମନ୍ତ ତିନି ବାଡ଼ରୁ ଆଜ୍ଞାମାଳ ଆଣିଛନ୍ତି । ତାଳଧ୍ୱଜ, ନନ୍ଦିଘୋଷ, ଦର୍ପଦଳନ ରଥରେ ଲାଗି ହୋଇଛି ଆଜ୍ଞାମାଳ । ରଥ ଦକ୍ଷିଣମୋଡ କରାଯିବାକୁ ପ୍ରକ୍ରିୟା ପରେ ରଥଟଣା ଜାରି ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ଟଣାଯାଉଛି । ସୁଭଦ୍ରାଙ୍କ ପରେ ବଳଭଦ୍ର ଓ ଜଗନ୍ନାଥଙ୍କ ରଥଟଣା ହେବ । ଗୁଣ୍ଡିଚା ମନ୍ଦିର ସାମ୍ନାରୁ ନାକଚଣା ଯାଏ ରଥ ଟଣାଯିବ ।

ଅନ୍ୟପଟେ ଗୁଣ୍ଡିଚା ପରି ବାହୁଡାରେ ବି ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । ସୋମବାର ରାତି ୮ଟାରୁ କର୍ଫ୍ୟୁ ଜାରି ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଗୁଣ୍ଡିଚା ଭଳି ବାହୁଡାରେ ବି ଛାତ ଉପରୁ ରଥ ଦେଖିବା ମନା ହୋଇଛି ।

Get real time updates directly on you device, subscribe now.