fbpx

ରତଲାମ ରେଲୱେ ଡିଭିଜନରେ ଦୁର୍ଘଟଣା: ଟ୍ରାକରୁ ଖସିଲା ଦର୍ଶନ ଏକ୍ସେପ୍ରେସ୍, ଦିଲ୍ଲୀ-ମୁମ୍ବାଇ ରେଳ ମାର୍ଗ ବ୍ୟାହତ

ନୂଆଦିଲ୍ଲୀ: ରତଲାମ ରେଲୱେ ଡିଭିଜନର ଦାହୋଦ ନିକଟରେ ପ୍ରବଳ ବର୍ଷା ଯୋଗୁଁ ରେଲୱେ ଟ୍ରାକରେ ଏକ ପଥର ଖସି ପଡ଼ିଥିଲା । ଏହି କାରଣରୁ ଟ୍ରେନ୍ ନମ୍ବର ୧୨୪୯୪ ଦର୍ଶନ ଏକ୍ସପ୍ରେସ ଇଞ୍ଜିନ ଟ୍ରାକରୁ ତଳକୁ ଖସିପଡ଼ିଛି । ଇଞ୍ଜିନ ଖସିୀଯିବାରୁ ଦିଲ୍ଲୀ ମୁମ୍ବାଇ ରେଳ ମାର୍ଗ ବ୍ୟାହତ ହୋଇଛି । ରେଳ ପ୍ରଶାସନ ରତଲାମରୁ ମେଡିକାଲ ଟ୍ରେନ ଏବଂ ଦୁର୍ଘଟଣା ରିଲିଫ ଟ୍ରେନକୁ ଘଟଣାସ୍ଥଳକୁ ପଠାଇଛି । ଅନ୍ୟପକ୍ଷରେ ବରୋଦା ଠାରୁ ଦୁର୍ଘଟଣା ରିଲିଫ ଟ୍ରେନ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ବର୍ତ୍ତମାନ ରତଲାମରୁ ରିଲିଫ୍ ଟ୍ରେନ୍ ପଠାଇବାକୁ ପ୍ରସ୍ତୁତି ଚାଲିଛି । ସୂଚନାନୁସାରେ, ଏହି ଦୁର୍ଘଟଣା ପ୍ରାୟ ସକାଳ ୬:୪୯ ରେ ଘଟିଥିଲା । ରେଳ ଅଧିକାରୀମାନେ ଏହାର ଯାଞ୍ଚ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଟ୍ରେନ୍ ନମ୍ବର ୧୨୪୯୪ ଦର୍ଶନ ଏକ୍ସପ୍ରେସ ହଜରତ ନିଜାମୁଦ୍ଦିନରୁ ମହାରାଷ୍ଟ୍ରର ମିରାଜ ଜଙ୍କସନକୁ ଯାଏ । ଏହି ଟ୍ରେନ୍ ହଜରତ ନିଜାମୁଦ୍ଦିନରୁ ରାତି ୯:୪୦ ରେ ଛାଡି ପରଦିନ ଦ୍ୱିପହର ୧ ଟାରେ ମିରାଜରେ ପହଞ୍ଚିଥାଏ । ଏହି ସମୟରେ ଏହି ଟ୍ରେନ୍ ୧୭୦୦ କିଲୋମିଟରରୁ ଅଧିକ ଦୂରତା ଯାତ୍ରା କରିଥାଏ । ଏହି ଏକ୍ସପ୍ରେସ ୧୫ ଟି ସ୍ଥାନରେ ଅଟକିଯାଏ । ଏହା ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ଦେଇ ମହାରାଷ୍ଟ୍ରରେ ପହଞ୍ଚିଥାଏ । ହଜରତ ନିଜାମୁଦ୍ଦିନରୁ ଯିବା ପରେ ଏହି ଟ୍ରେନ କୋଟା, ରତଲାମ, ବରୋଦା, ସୁରଟ, ଭାପି, ଭାସାଇ ରୋଡ, କଲ୍ୟାଣ ଜଙ୍କସନ, ଲୋନାଭାଲା, ପୁଣେ, ଜେଜୁରୀ, ସାତାରା, କରଦ, ସାଙ୍ଗଲି ଦେଇ ମିରାଜରେ ପହଞ୍ଚିଥାଏ ।

ରତଲାମରେ ଏହାର ଆସିବାର ସମୟ ସକାଳ ୫:୫୦ । ଏହା ୫ ମିନିଟ୍ ରହିବା ପରେ ଛାଡିଥାଏ । ୧୬ ସେପ୍ଟେମ୍ବରରେ ମଧ୍ୟ ଏହି ଟ୍ରେନ୍ ଧାର୍ଯ୍ୟ ଅନୁଯାୟୀ ରତଲାମ ଛାଡିଥିଲା । ଅଳ୍ପ ଦୂର ଯାତ୍ରା କରିବା ପରେ ଏହା ସକାଳ ୬:୪୯ ରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ତେବେ ରତଲାମରେ ପ୍ରବଳ ବର୍ଷା ହେଉଛି । ୧୫ ସେପ୍ଟେମ୍ବର ବିଳମ୍ବିତ ରାତିରୁ ଏଠାରେ ପ୍ରବଳ ବର୍ଷା ଜାରି ରହିଛି । ଏହି କାରଣରୁ ଜିଲ୍ଲା କଲେକ୍ଟର ସ୍କୁଲ ଏବଂ ଅଙ୍ଗନୱାଡିରେ ଛୁଟି ଘୋଷଣା କରିଛନ୍ତି । ଅନେକ ସ୍ଥାନରେ ଗଛ ପଡିଛି । ପ୍ରବଳ ବର୍ଷା ମଧ୍ୟ ରେଳ ଟ୍ରାକରେ ପଥର ଖସିଯିବାର କାରଣ ବୋଲି କୁହାଯାଉଛି ।

Get real time updates directly on you device, subscribe now.