ଆସନ୍ତା ୧୭ରୁ ପୁଣି ରତ୍ନଭଣ୍ଡାର ମରାମତି, ମାର୍ଚ୍ଚ ପୂର୍ବରୁ ଶେଷ ହେବ କାର୍ଯ୍ୟ: ପୃଥ୍ୱୀରାଜ ହରିଚନ୍ଦନ
ମକର ନୀତିକାନ୍ତି ପାଇଁ ଏବେ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିଛି । ଆସନ୍ତା ୧୭ ତାରିଖରୁ ପୁଣି ମରାମତି କାମ ଆରମ୍ଭ ହେବ ।
ପୁରୀ: ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ରତ୍ନଭଣ୍ଡାର ମରାମତି ପରେ ଆରମ୍ଭ ହେବ ଗଣତି ମଣତି ।
୧୭ରୁ ଆରମ୍ଭ: ମକର ନୀତିକାନ୍ତି ପାଇଁ ଏବେ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିଛି । ଆସନ୍ତା ୧୭ ତାରିଖରୁ ପୁଣି ମରାମତି କାମ ଆରମ୍ଭ ହୋଇଯିବ ।
ମରାମତି ପାଇଁ ଏଏସଆଇ ୩ ମାସ ସମୟ ମାଗିଥିଲା । ଯଥେଷ୍ଟ ପୂର୍ବରୁ ମରାମତି କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ଆଇନ୍ ମନ୍ତ୍ରୀ ।
ପୂର୍ବରୁ ହୋଇଥିଲା ମରାମତି: ବଡ଼ ଦିନ ଏବଂ ନୂଆବର୍ଷକୁ ଦୃଷ୍ଟିରେ ରଖି ଗତ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ଯାଏଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖାଯାଇଥିଲା ।
ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।
ପରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏଏସଆଇ ପକ୍ଷରୁ ଜାନୁଆରୀ ୩ରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁନଃ ଆରମ୍ଭ ହୋଇଥିଲା ।
ପ୍ରାଥମିକ ପର୍ଯ୍ୟାୟରେ ଏଏସ୍ଆଇ ପକ୍ଷରୁ ନିୟୋଜିତ କୁଶଳୀ ଶ୍ରମିକମାନେ ଭିତର ରତ୍ନଭଣ୍ଡାରରେ ଲୁହା ପାଇପ୍ ଭାରାବନ୍ଧା କାମ ଶେଷ କରିଥିଲେ ।