fbpx

ରେଭ୍ ପାର୍ଟି ମାମଲା: ଆର୍ଯ୍ୟନଙ୍କ ସମେତ ୮ ଜଣ ଅଟକ, ଦେଖନ୍ତୁ ପୂରା ଲିଷ୍ଟ୍; ଜବତ ହୋଇଛି ୪ ପ୍ରକାର ଡ୍ରଗ୍ସ

Advertisement

ମୁମ୍ବାଇ: ଏନସିବି ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ ଜ୍ରୁଜ୍ ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରିଛି । ଏନସିବି ଏନେଇ କାର୍ଯ୍ୟାନୁଷ୍ଠାନ ନେଇ ୮ ଜଣଙ୍କୁ ହେପାଜତକୁ ନେଇଛି ଓ ପଚରାଉଚରା ଚଳାଇଛି । ତେବେ ଏହି ଡ୍ରଗ୍ସ ପାର୍ଟିରୁ ଏନସିବି ଅଧିକାରୀ ମାନେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଅଟକ ରଖିଛି । ତେବେ ଆର୍ଯ୍ୟନ୍ ଙ୍କ ବ୍ୟତୀତ ଜାହାଜରେ ଥିବା ଆଉ କାହାକୁ କାହାକୁ ଅଟକ ରଖି ଜେରା କରୁଛି ତାର ଲିଷ୍ଟ ସାମନାକୁ ଆସିଛି ।

ମୁମ୍ବାଇ ଏନସିବିର ଡାଇରେକ୍ଟର୍ ସମୀର ୱାଙ୍ଖଡେ କହିଛନ୍ତି ଯେ, ରେଭ୍ ପାର୍ଟିରେ ମାମଲାରେ ୮ ଜଣଙ୍କୁ ଅଟକ ରଖାଯାଇଛି । ସେମାନେ ହେଉଛନ୍ତି ଆର୍ଯ୍ୟନ ଖାନ୍, ଅରବାଜ୍ ମର୍ଚେଣ୍ଟ, ମୁନମୁନ୍ ଧମେଚା, ନୁପୁର ସାରିକା, ଇସମୀତ୍ ସିଂ, ମୋହକ ଜସୱାଲ, ବିକ୍ରାନ୍ତ ଛୋକର୍, ଗୋମିତ୍ ଚୋପ୍ରା ସାମିଲ ରହିଛନ୍ତି । ସେମାନଙ୍କୁ ଏନସିବି ଜେରା କରୁଛି ।

ତେବେ ଶନିବାର ଦିନ ମୁମ୍ବାଇରୁ ଗୋଆକୁ ଯିବାକୁ ବାହାରିଥିବା ଏକ କ୍ରୁଜ୍ ରେ ହାଇ ପ୍ରୋଫାଇଳ୍ ର ରେଭ୍ ପାର୍ଟି ଚାଲିଥିଲା । ଏନେଇ ଖବର ପାଇ ଏନସିବି ସେଠାରେ ରେଡ୍ କରିଛି । ସେଠାରୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ ହୋଇଛି । ଏହି କ୍ରୁଜ୍ ରୁ ପାଖାପାଖି ୩୦ ଗ୍ରାମ ଚରସ, ୨୦ ଗ୍ରାମ କୋକିନ୍, ୨୫ଟି ଏମଡିଏମଏ ଡ୍ରଗ୍ସ ଟାବ୍ଲେଟ୍ସ ଏବଂ ୧୦ ଗ୍ରାମ ଏମଡି ଡ୍ରଗ୍ସ ମିଳିଛି । ତେଣୁ ପୋଲିସ୍ ତଦନ୍ତ ଆରମ୍ଭ କରିବା ପୂର୍ବରୁ ଏମାନେ ସମସ୍ତଙ୍କର ମେଡିକାଲ ଟେଷ୍ଟ କରାଯିବ । ଯଦ୍ୱାରା ଜଣାପଡ଼ିବ ଯେ, କ୍ରୁଜ୍ ପାର୍ଟିରେ ସେମାନେ ଡ୍ରଗ୍ସ ସେବନ କରିଛନ୍ତି କି ନାହିଁ ।

 

Get real time updates directly on you device, subscribe now.