fbpx

ପର୍ବପର୍ବାଣି ଋତୁରେ ଶସ୍ତା ହେଲା ହୋମ୍ ଲୋନ୍, ଏହି ଦୁଇଟି ବ୍ୟାଙ୍କ କମାଇଲେ ସୁଧ ହାର

AAKASH

ନୂଆଦିଲ୍ଲୀ: ଆଗକୁ ପର୍ବପର୍ବାଣି ଆସୁଥିବାରୁ ଏହି ଅବସରରେ କିଛି ବ୍ୟାଙ୍କ ସ୍ୱତନ୍ତ୍ର ଅଫର ଲଞ୍ଚ କରିସାରିଛନ୍ତି । ନିକଟରେ କିଛି ବଡ଼ ବଡ଼ ବ୍ୟାଙ୍କ ହୋମ୍ ଲୋନ କ୍ଷେତ୍ରରେ ସୁଧ ହାର ହ୍ରାସ କରିଛନ୍ତି । ଏଥିରେ ବିଦେଶୀ ବ୍ୟାଙ୍କ ଏଚଏସବିସି ଓ ଘରୋଇ ବ୍ୟାଙ୍କ ୟେସ୍ ବ୍ୟାଙ୍କର ନାମ ଯୋଡ଼ି ହୋଇଛି । ଏହି ଦୁଇଟି ବ୍ୟାଙ୍କ ନିକଟରେ ହୋମ୍ ଲୋନକୁ ନେଇ ସୁଧ ଦର ହ୍ରାସ କରିଛନ୍ତି ।

ଭାରତରେ ଏଚଏସବିସି ପକ୍ଷରୁ ହୋମ ଲୋନ ପ୍ରଡକ୍ଟର ବାର୍ଷିକ ସୁଧ ହାର ୬.୪୫ ପ୍ରତିଶତକୁ ହ୍ରାସ କରାଯାଇଛି । ଗ୍ରାହକମାନେ ନିଜର ସମ୍ପତ୍ତିକୁ ବନ୍ଧକ ରଖି ଲୋନ ନେଇପାରିବେ । ଏହାଛଡ଼ା ଅନ୍ୟ କୌଣସି ବ୍ୟାଙ୍କକୁ ଲୋନ ଟ୍ରାନ୍ସଫର କରିବାକୁ ଇଚ୍ଛୁକ ଥିବା ଗ୍ରାହକଙ୍କୁ ମଧ୍ୟ ଶାନଦାର ଅଫର ଦିଆଯିବ । ବ୍ୟାଙ୍କ ପକ୍ଷରୁ ୩୦ କୋଟି ପର୍ଯ୍ୟନ୍ତ ଲୋନ ୬.୭୦ ପ୍ରତିଶତ ସୁଧରେ ପ୍ରଦାନ କରାଯିବ । ଫେଷ୍ଟିଭ୍ ଅଫରକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଲୋନ ଉପରେ ପ୍ରୋସେସିଂ ଫି ଛାଡ଼ କରାଯାଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ସେହିପରି ୟେସ୍ ବ୍ୟାଙ୍କ ପକ୍ଷରୁ ହୋମ୍ ଲୋନ୍ ୬.୭୦ ପ୍ରତିଶତ ସୁଧ ହାରରେ ଯୋଗାଇ ଦିଆଯାଉଛି । କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଏହି ଦର ୬.୬୫ ପ୍ରତିଶତ ରହିବ । କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ହୋମ ଲୋନ ୬.୫୦ ପ୍ରତିଶତକୁ ହ୍ରାସ କରିଛି । ପୂର୍ବରୁ ଏସବିଆଇ, ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ମଧ୍ୟ ହୋମ ଲୋନ୍ ସୁଧ ହାର ହ୍ରାସ କରାଯାଇଥିଲା ।

Get real time updates directly on you device, subscribe now.