fbpx
BSKY
BJD MC SKY
BJD YOUTH SKY

ବ୍ରିଟେନକୁ ଦୃଢ ଜବାବ ଦେବାରୁ ମୋଦୀ ସରକାରଙ୍କୁ ପ୍ରଶଂସା କଲେ ପାକିସ୍ତାନୀ ମିଡିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଗୋଟିଏ ଦିନ ପୂର୍ବେ ଭାରତ ସରକାର ବ୍ରିଟେନରୁ ଆସୁଥିବା ନାଗରିକଙ୍କ ପାଇଁ କଡା ନିୟମର ଘୋଷଣା କରିଥିଲେ । ଏଥିରେ ମୋଦୀ ସରକାର ୟୁକେରୁ ଆସୁଥିବା ବ୍ରିଟିଶ ଯାତ୍ରୀଙ୍କ ପାଇଁ ୭୨ ଘଣ୍ଟା ଭିତର ଆରଟି-ପିସିଆର ଟେଷ୍ଟ ଦେଖାଇବା ଏବଂ ୧୦ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ଜରୁରୀ କରି ଦେଇଛନ୍ତି । ଏହି ନିଷ୍ପତ୍ତିକୁ ପଡୋଶୀ ଦେଶ ପାକିସ୍ତାନରେ ଖୁବ୍ ପ୍ରଶଂସା କରାଯାଉଛି । ପାକିସ୍ତାନୀ ମିଡିଆ ଭାରତ ସରକାରଙ୍କ ଏହି ଆଭିମୁଖ୍ୟର ପ୍ରଶଂସା କରି କହିଛନ୍ତି, ମୋଦୀ ବ୍ରିଟିଶ ସରକାରଙ୍କୁ ସଠିକ୍ ଭାବେ ମୁହଁତୋଡ ଜବାବ ଦେଇଛନ୍ତି ।

ପାକିସ୍ତାନୀ ମିଡିଆ କହିଛନ୍ତି, ଭାରତରେ ସବୁଠୁ ଭଲ ଭ୍ୟାକ୍ସିନ ପ୍ରସ୍ତୁତ ହୋଇଛି । ତାଙ୍କ ପାଖରେ ବହୁତ ଭଲ ବୈଜ୍ଞାନିକ ଅଛନ୍ତି । ଏହା ପରେ ବି ବ୍ରିଟେନ କୋଭିସିଲ୍ଡକୁ ନିଜ ଟିକା ତାଲିକାରେ ସାମିଲ କରି ନାହିଁ । ଏଥିରେ ଭାରତୀୟଙ୍କ ବିଦେଶ ଯାତ୍ରାରେ ଅସୁବିଧା ହେଉଥିଲା । ମାତ୍ର ପୂରା ଦୁନିଆରେ ଭ୍ୟାକ୍ସିନର ଫର୍ମୁଲା ସମାନ, କେବଳ ନାମ ଅଲଗା । ଏହାପରେ ବ୍ରିଟେନକୁ ଭାରତ ସରକାର ଦୃଢ ଜବାବ ଦେଇଛନ୍ତି ।

ଭାରତୀୟ ନାଗରିକଙ୍କୁ ବ୍ରିଟେନ ଯାତ୍ରାରେ ହଇରାଣ ହେବାକୁ ପଡୁଥିଲା । ଏହାର କାରଣ କୋଭିସିଲ୍ଡ ଟିକା ନେଇଥିବା ଯାତ୍ରୀଙ୍କୁ ବ୍ରିଟେନରେ ୧୦ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ନିୟମ କରିଥିଲା । ଏହାର କାରଣ ବ୍ରିଟେନ ନିଜର ଟିକା ତାଲିକାରେ କୋଭିସିଲ୍ଡକୁ ବାହାରେ ରଖିଥିଲା । ଏହା ପରେ ଯେସାକୁ ତେସା ନୀତିରେ ଭାରତ ମଧ୍ୟ ୟୁକେରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଛି ।

Get real time updates directly on you device, subscribe now.