fbpx
BSKY SKY
BSKY SKY

ଭବାନୀପୁର ଉପ ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କଠୁ ୨୬ ହଜାର ଭୋଟରେ ଆଗୁଆ ମମତା ବାନାର୍ଜୀ, ଶୁଭେଚ୍ଛା ଦେଲେ ଅଖିଳେଶ

BSKY

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ତିନୋଟି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନ ପାଇଁ ରବିବାର ଭୋଟ୍ ଗଣତି ଜାରି ରହିଛି । ଏଥିରୁ ଭବାନୀପୁର ହେଉଛି ହାଇପ୍ରୋଫାଇଲ ସିଟ୍ । କାରଣ ଏହି ଆସନରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ମୁକାବିଲା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବେୱାଲଙ୍କ ସହ ହେଉଛି । ଭବାନୀପୁର ବିଧାନସଭା ଉପ ନିର୍ବାଚନର ପରିଣାମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଆଜିର ଫଳାଫଳ ସ୍ପଷ୍ଟ ହୋଇଯିବ ଯେ, ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ । ଭବାନୀପୁର ବ୍ୟତୀତ ସମସେରଗଞ୍ଜ ଓ ଜଙ୍ଗିପୁର ଉପ ନିର୍ବାଚନର ଫଳାଫଳ ଆଜି ମଧ୍ୟ ପ୍ରକାଶ ପାଇବ ।

ଭବାନୀପୁର ଆସନରେ ମମତା ବାନାର୍ଜୀ ବିରୋଧୀଙ୍କଠୁ ବହୁ ଆଗରେ ରହିଛନ୍ତି । ସପ୍ତମ ରାଉଣ୍ଡ ସୁଦ୍ଧା ମମତା ବିଜେପି ପ୍ରାର୍ଥୀ ପ୍ରିୟଙ୍କାଙ୍କଠୁ ୨୬ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ଏବେଠୁ ମମତା ବାନାର୍ଜୀଙ୍କ ସମର୍ଥକ ଉତ୍ସବ ପାଳିବା ଆରମ୍ଭ କରି ଦେଇଛନ୍ତି । ସେପଟେ ବିଜୟ ଘୋଷଣା ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଏହା ମମତା ଦିଦିଙ୍କ ବିଜୟ, ସତ୍ୟମେବ ଜୟତେ ।

ସୂଚନାଯୋଗ୍ୟ ଯେ, ଭବାନୀପୁର ବିଧାନସଭା ଆସନରେ ୫୭ ପ୍ରତିଶତ ଭୋଟିଂ ହୋଇଛି । ପୂର୍ବରୁ ନନ୍ଦୀଗ୍ରାମ ଆସନରୁ ଦିଦି ପରାସ୍ତ ହୋଇଥିବାରୁ ନିଜର ମୁଖ୍ୟମନ୍ତ୍ରୀ ଆସନ ବଞ୍ଚାଇବା ପାଇଁ ଏହି ସିଟରୁ ଜିତିବା ଦିଦିଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ତେଣୁ ଉଭୟ ଟିଏମସି ଓ ବିଜେପି ଆଜିର ଫଳାଫଳକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.