fbpx
BJD SKY
BJD SKY

ରୋହିତ ଶର୍ମାଙ୍କ ବିପକ୍ଷରେ ଗଲେ ରବିଚନ୍ଦ୍ରନ ଅଶ୍ୱୀନ! ଆଫଗାନିସ୍ତାନ ବିବାଦକୁ ନେଇ କହିଲେ ଅଫ୍ ସ୍ପିନର

BJD

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜକୁ ୩-୦ରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହାପରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ରୋହିତ ସେନା । ତେବେ ଆଫଗାନିସ୍ତାନ ବିପକ୍ଷ ସିରିଜ ସରି ଯାଇଥିଲେ ମଧ୍ୟ ତୃତୀୟ ତଥା ଶେଷ ମ୍ୟାଚରେ ରୋହିତ ଏବଂ ମହମ୍ମଦ ନବୀଙ୍କୁ ନେଇ ହୋଇଥିବା ବିବାଦର ଏବେ ବି ଅନ୍ତ ହୋଇନାହିଁ । ଏହି ବିବାଦକୁ ନେଇ ଏବେ ବୟାନ ଦେଇଛନ୍ତି ଭାରତର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ନିଜର ୟୁଟ୍ୟୁବ ଚ୍ୟାନେଲରେ ଅଶ୍ୱୀନ ଏ ନେଇ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆହୁରି ବଢି ଯାଇଛି ।

ଶେଷ ମ୍ୟାଚରେ ଆଫଗାନୀ କ୍ରିକେଟର ମହମ୍ମଦ ନବୀ ରନ୍ ନେଉଥିବା ସମୟରେ ସଞ୍ଜୁ ସାମସନ ବଲ୍ ଥ୍ରୋ କରିଥିଲେ । ଯାହା ସିଧା ଯାଇ ନବୀଙ୍କ ଗୋଡ଼ରେ ବାଜିଥିଲା ଏବଂ ଆଫଗାନିସ୍ତାନକୁ ୧ ରନ୍ ଅଧିକ ମିଳି ଯାଇଥିଲା । ତେବେ ଏହାକୁ ନେଇ ରୋହିତ ବିରୋଧ କରିବା ସହ ଅସନ୍ତୋଷ ଜାହିର କରିଥିଲେ । ଯାହା ମ୍ୟାଚରେ ଏକ ବିବାଦ ଆରମ୍ଭ କରି ଦେଇଥିଲା । ତେବେ ଏହାକୁ ନେଇ ଟିମ ଇଣ୍ଡିଆର ଷ୍ୟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ କହିଛନ୍ତି ଯେ, ଯଦି ମୁଁ ରନ୍ ନେବା ପାଇଁ ଦୌଡ଼ୁଛି ଏବଂ ବଲ୍ ଥ୍ରୋ ମୋ ଆଡ଼କୁ ଆସୁଛି, ତେବେ ମୋର କର୍ତ୍ତବ୍ୟ ହେଉଛି ମୁଁ ଆହୁରି ରନ୍ ନେବା ପାଇଁ ଚେଷ୍ଟା କରିବି । ଏଥିରେ ସ୍ପିରିଟ ଅଫ୍ କ୍ରିକେଟ କଥା କେଉଁଠୁ ଉଠୁଛି? ମୋତେ କ୍ଷମା କରନ୍ତୁ, ଏଥିରେ ବିବାଦର କୌଣସି ବିଷୟ ନାହିଁ ବୋଲି କହିଛନ୍ତି ଅଶ୍ୱୀନ ।

ତେବେ ଏହାର ସିଧା ଉତ୍ତର ହେଉଛି ଯେ, ଜଣେ ବୋଲର ୱିକେଟ ନେବା ପାଇଁ ବୋଲିଂ କରିଥାଏ, ଯଦି ଜଣେ ବ୍ୟାଟର ଶଟ୍ ଖେଳନ୍ତି, ତେବେ ରନ୍ ପାଇଁ ଦୌଡ଼ିବ ନିଶ୍ଚିତ । ଯଦି ବଲ୍ ବ୍ୟାଟ୍ସମ୍ୟାନଙ୍କ ପ୍ୟାଡରେ ଲାଗେ, ତେବେ ଏହା ଲେଗ୍ ବାଇ ହେବ । ଯଦି ଏହା ଆପଣଙ୍କ ଶରୀରକୁ ନ ଲାଗି ନାହିଁ ଏବଂ କିପରଙ୍କୁ ମିସ୍ କରେ, ତେବେ ଏହାକୁ ବାଏ ରନ୍ ଭାବରେ ଗଣାଯାଏ । କେବଳ ରବିଚନ୍ଦ୍ରନ ଅଶ୍ୱିନ ନୁହଁନ୍ତି ଅନ୍ୟ କ୍ରିକେଟ ବିଶେଷଜ୍ଞ ତଥା ପୂର୍ବତନ କ୍ରିକେଟର ମଧ୍ୟ ରୋହିତଙ୍କ ଉପରେ ଏହି ପ୍ରଶ୍ନ ଉଠାଇଛନ୍ତି।

Get real time updates directly on you device, subscribe now.