fbpx

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ କଞ୍ଚା ଅମୃତଭଣ୍ଡା, ଜାଣନ୍ତୁ

କଞ୍ଚା ଅମୃତ ଭଣ୍ଡା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ, ତେଣୁ ଏହାକୁ ପ୍ରତିଦିନ ଖାଇବା ଆବଶ୍ୟକ । କାରଣ କଞ୍ଚା ଭଣ୍ଡାରେ ମ୍ୟାଗ୍ନେସିୟମ, ଭିଟାମିନ ‘ଏ’, ‘ସି’, ‘ଇ’ ଓ ‘ବି’ ଭରପୂର ମାତ୍ରାରେ ରହିଥାଏ । ଏହି କାରଣରୁ, କଞ୍ଚା ଅମୃତ ଭଣ୍ଡା ଖାଇବା ଦ୍ୱାରା ରୋଗ ଜମା ବି ଆପଣଙ୍କ ପାଖ ମାଡିବନି ।

– ଯଦି ଆପଣ କଞ୍ଜା ଅମୃତ ଭଣ୍ଡା ନିଜ ଖାଦ୍ୟରେ ସାମିଲ କରନ୍ତି, ତେବେ ଆପଣଙ୍କୁ ପେଟ ସମ୍ବନ୍ଧୀୟ ରୋଗର ସାମ୍ନା କରିବାକୁ ପଡିବ ନାହିଁ ।

– ଯଦି ଆପଣ ମଧୁମେହ ଭଳି ସମସ୍ୟାରେ ପୀଡ଼ିତ ଅଛନ୍ତି, ତେବେ କଞ୍ଚା ଭଣ୍ଡା ଖାଇବା ଜରୁରୀ। କଞ୍ଚା ଭଣ୍ଡାର ଜୁସ୍‌ ପିଇବା ଫଳରେ ରକ୍ତ ସର୍କରା ସ୍ତର କମ୍‌ କରାଯାଇପାରେ।

– କଞ୍ଚା ଭଣ୍ଡାରେ ଫାଇବର ମାତ୍ରା ଅଧିକ ପରିମାଣର ଥାଏ। ଭଣ୍ଡା ରକ୍ତ ସଫା କରିବା ସହ ତ୍ଵଚାରେ ବ୍ରଣ, କଳାଦାଗ ଭଳି ସମସ୍ୟାକୁ ଦୂର କରିଥାଏ। ଏହା ତ୍ଵଚାରେ ମୃତ କୋଷିକା ହଟାଇ ଉଜ୍ଜଳ କରିଥାଏ।

– ପ୍ରତିଦିନ କଞ୍ଚା ଭଣ୍ଡା ବା ପାଚିଲା ଭଣ୍ଡାର ଜୁସ୍‌ କରି ପିଇଲେ ତ୍ଵଚା ସମସ୍ୟା ଦୂର ହୋଇଥାଏ।

– କଞ୍ଚା ଭଣ୍ଡାରେ ଫାଇବର ଥିବାରୁ ଏହା ପେଟକୁ ଠିକ୍‌ ରଖିବା ସହ ଖାଦ୍ୟ ହଜମ କରିଥାଏ। ଏହାସହ ପେଟରେ ଗ୍ୟାସ୍‌ ହେବାକୁ ଦେଇନଥାଏ।

– ପ୍ରାୟ ମହିଳାମାନଙ୍କୟ କ୍ଷେତ୍ରରେ ମୁତ୍ର ସଂକ୍ରମଣ ଦେଖାଦେଇଥାଏ, ଯାହାକୁ ଦୂର କରିବା ପାଇଁ କଞ୍ଚା ଭଣ୍ଡା ଖାଇବା ଜରୁରୀ।

– ପ୍ରତିଦିନ କଞ୍ଚା ଭଣ୍ଡା ଖାଇବା ଫଳରେ ଶରୀରରେ ଭିଟାମିନ୍‌ ଅଭାବ ଦୂର ହୋଇଥାଏ। ଶରୀରକୁ ଉପଯୁକ୍ତ ପୋଷକ ମିଳିଥାଏ।

– ଲିଭର ଜନିତ ସମସ୍ୟା ପାଇଁ କଞ୍ଚା ଭଣ୍ଡା ବେଶ୍‌ ଲାଭଦାୟକ। ଏହା ହଜମ ଶକ୍ତି ବୃଦ୍ଧି କରିଥାଏ।

– ସ୍ତନପାନ କରାଉଥିବା ମହିଳାମାନଙ୍କୁ ଅଧିକ ପୋଷଣର ଆବଶ୍ୟକତା ଥାଏ। ଏମିତିରେ କଞ୍ଚା ଭଣ୍ଡା ଖାଇବା ଲାଭଦାୟକ ହୋଇଥାଏ। ଏହା କ୍ଷୀର ପ୍ରସ୍ତୁତିରେ ସହାୟକ ହୋଇଥାଏ।

Get real time updates directly on you device, subscribe now.