fbpx

ପ୍ରତିଦିନ ପିଅନ୍ତୁ ଲସି, ପାଖ ମାଡ଼ିବନି ଏହିସବୁ ରୋଗ

ସାଧାରଣତଃ ଖରାଦିନେ ଲୋକମାନେ ଲସି ପିଇବାକୁ ଭଲ ପାଇଥାନ୍ତି। ଏହାସହ ଜଣ ଜଣକୁ କ୍ଷୀର ପିଇବାକୁ ପସନ୍ଦ ଆସିନଥାଏ ସେମାନେ ଲସି ପିଇଥାନ୍ତି। ଲସି ମଧ୍ୟ ଶରୀର ପାଇଁ ବେଶ ହିତକରକ। ଲସି ପିଇବା ଦ୍ୱାରା  ବିଭିନ୍ନ ରୋଗରୁ ଆମକୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା ଲସି ପିଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ।

ଲସିରେ ଥିବା ପୋଟାସିୟମ ଓ ରାଇବୋଫଲେବିନ ତତ୍ତ୍ୱ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

ଲସି ପିଇବା ଦ୍ୱାରା ପେଟ ସମ୍ପର୍କିତ ସମସ୍ୟା ତଥା ଫୁଡ୍‌ ପଏଜନିଙ୍ଗ, କୋଷ୍ଠକାଠିନ୍ୟ ଭଳି ସମସ୍ୟା ହୋଇନଥାଏ।

ଲସିରେ ଥିବା ଲାକ୍ଟିକ୍ ଏସିଡ୍‌ ଓ ଭିଟାମିନ୍‌ ଡି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ଲସି ପିଇବା ଦ୍ୱାରା ଶରୀରକୁ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ , କ୍ୟାଲସିୟମ୍‌ ମିଳିଥାଏ ଯାହାଦ୍ୱାରା ହାଡ଼ ମଜଭୁତ ହୋଇଥାଏ।

ଲସି ପିଇବା ଦ୍ୱାରା କେଶ ଝଡ଼ିବା ଓ ଧଳା ପଡିବା ସମସ୍ୟାରୁ ମୁକ୍ତି ଦେଇଥାଏ।

Get real time updates directly on you device, subscribe now.