fbpx

କୋଭିଡ୍ କେୟାର ସେଣ୍ଟରରେ ଲାଗିଲା ଭୟଙ୍କର ନିଆଁ

ବିଜୟଓ୍ବାଡ଼ା, ୯।୮: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଆଜି ସକାଳେ ଏକ କୋଭିଡ୍ କେୟାର ସେଣ୍ଟରରେ ଆଜି ଭୟାନକ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା କୁହାଯାଉଛି। ହୋଟେଲରେ ୩୦ ଜଣ କରୋନା ଆକ୍ରାନ୍ତ ଏବଂ ୧୦ ଜଣ କର୍ମଚାରୀ ଥିଲେ। ୩୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ତେବେ ଆଜି ସକାଳେ ହୋଟେଲ୍ ସ୍ୱର୍ଣ୍ଣ ପ୍ୟାଲେସ୍‌ରେ ଏହି ଅଘଟଣ ଘଟିଛି, ଯେଉଁଠାରେ ଏକ କୋଭିଡ କେୟାର ସେଣ୍ଟର ଚାଲିଥିଲା। ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ବେଳେ ତା’ଭିତରେ ୩୦ କରୋନା ରୋଗୀଙ୍କୁ ମିଶାଇ ପାଖାପାଖି ୪୦ ଜଣେ ଥିଲେ। ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ ଯୋଗୁ ଏଭଳି ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।

Get real time updates directly on you device, subscribe now.