ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ ସ୍ଥାନରେ ରେଡ୍
ଭୁବନେଶ୍ୱରରେ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି।
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜାଲରେ ‘ଆର ଆଣ୍ଡ ବି’ ଡିଭିଜନ୍ର ସହକାରୀ ଯନ୍ତ୍ରୀ।
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚାଲିଛି ଚଢ଼ାଉ।
ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ର ଚଢ଼ାଉ। କେବଳ ଭୁବନେଶ୍ୱରରେ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି।
ନୟାଗଡ଼ର ୨ଟି ସ୍ଥାନ, ପୈତୃକ ଗାଁ ଓ ଶ୍ୱଶୂର ଘରେ ଚାଲିଛି ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛାନ୍ଭିନ୍ କରୁଛି ଭିଜିଲାନ୍ସ।