fbpx
BSKY
BJD MC SKY
BJD YOUTH SKY

HDFC ସମେତ ୭ଟି ବ୍ୟାଙ୍କ ଉପରେ RBIର କାର୍ଯ୍ୟାନୁଷ୍ଠାନ: ଲିଷ୍ଟରେ ରହିଛି ଓଡ଼ିଶାର ଏକ ସମବାୟ ବ୍ୟାଙ୍କ

ନୂଆଦିଲ୍ଲୀ: ବ୍ୟାଙ୍କିଂ ନିୟମ ଅବମାନନା କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସମ୍ପୃକ୍ତ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ତେବେ ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥିଲା । ତେବେ ଏହା ମଧ୍ୟରେ ପୁଣି ଦେଶର ୭ଟି ବ୍ୟାଙ୍କ ଉପରେ ଆରବିଆଇ ଆକ୍ସନ ନେଇଛି ।

ସୂଚନା ମୁତାବକ, ବ୍ୟାଙ୍କ ଅଫ୍ ଆମେରିକା, ନ୍ୟାସନାଲ ଆସୋସିଏସନ (ଏନ.ଏ.) ଓ ଏଚଡିଏଫସି ବ୍ୟାଙ୍କ ଲିମିଟେଡ ଉପରେ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗୁ କରାଯାଇଛି । ଫେମା ୧୯୯୯ର ନିୟମ ଉଲ୍ଲଂଘନ କାରଣରୁ ବ୍ୟାଙ୍କ ଅଫ୍ ଆମେରିକା ଉପରେ ଆରବିଆଇ ଏହି ଆକ୍ସନ ନେଇଛି । ସେହିପରି ଅଣନାଗରିକଙ୍କ ଠାରୁ ଡିପୋଜିଟ ଗ୍ରହଣ କରିବାର ନିୟମ ଅବମାନନା ଅଭିଯୋଗରେ ଏଚଡିଏଫସି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯାଇଥିବା କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ।

ଏଥିସହିତ ଆହୁରି ୫ଟି ସମବାୟ ବ୍ୟାଙ୍କ ଉପରେ ମଧ୍ୟ ନିୟମ ଅବମାନନା କାରଣରୁ ଆରବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେହି ଲିଷ୍ଟରେ ଓଡ଼ିଶାର ଗୋଟିଏ ସମବାୟ ବ୍ୟାଙ୍କ ସାମିଲ ରହିଛି । ତେଣୁ ଗ୍ରାହକମାନେ ଏନେଇ ଧ୍ୟାନ ଦେବା ଆବଶ୍ୟକ । ସେହି ବ୍ୟାଙ୍କଗୁଡ଼ିକ ହେଉଛି ବିହାରର ପାଟଳିପୁତ୍ର ସେଣ୍ଟ୍ରାଲ ସମବାୟ ବ୍ୟାଙ୍କ (୧.୫ ଲକ୍ଷ ଜରିମାନା), ଓଡ଼ିଶାର ବାଲେଶ୍ୱର ଭଦ୍ରକ ସେଣ୍ଟ୍ରାଲ ସମବାୟ ବ୍ୟାଙ୍କ (୫୦ ହଜାର ଜରିମାନ), ଗୁଜରାଟର ଧ୍ରାଙ୍ଗାଧ୍ରାର ପିପୁଲ୍ସ ସମବାୟ ବ୍ୟାଙ୍କ (୧ ଲକ୍ଷ ଜରିମାନା), ଗୁଜରାଟର ପାଟନା ନାଗରିକ ସହକାରୀ ବ୍ୟାଙ୍କ ଲିମିଟେଡ (୧.୫୦ ଲକ୍ଷ ଜରିମାନା), ଗୁଜରାଟର ମଣ୍ଡଳ ନାଗରିକ ସହକାରୀ ବ୍ୟାଙ୍କ (୧.୫୦ ଲକ୍ଷ ଜରିମାନା) । ତେବେ ଗ୍ରାହକଙ୍କର ନେଣଦେଣ କ୍ଷେତ୍ରରେ କୌଣସି ସମସ୍ୟା ସୃଷ୍ଟି ନକରିବା ଉଦ୍ଦେଶ୍ୟରେ ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଛି ।

Get real time updates directly on you device, subscribe now.