fbpx
BSKY
BJD SHG SKY
BJD MC SKY

AIDS ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ଆଣିବ ଆଇନ, ନିଯୁକ୍ତ ହେବେ ଲୋକପାଳ

ଭୁବନେଶ୍ୱର: ଏଡସ୍ ରୋଗୀଙ୍କ କଲ୍ୟାଣ ପାଇଁ ଖୁବଶିଘ୍ର ରାଜ୍ୟ ସରକାର ନୂଆ ନୀତି ଘୋଷଣା କରିବେ । ଏଡସ୍ ନିୟନ୍ତ୍ରଣ ଏବଂ ପ୍ରତିକାର ପାଇଁ ରାଜ୍ୟ ସରକାର ନିଜସ୍ୱ ଆଇନ ପ୍ରଣୟନ କରିବେ । ଭାରତ ସରକାରଙ୍କ ଏଚଆଇଭି ଆଣ୍ଡ ଏଡସ୍ ପ୍ରିଭେନସନ୍ ଆଣ୍ଡ କଣ୍ଟ୍ରୋଲ ଆକ୍ଟ-୨୦୧୭ ଅନୁଯାୟୀ ରାଜ୍ୟ ସରକାର ନିଜସ୍ୱ ଆଇନ ପ୍ରଣୟନ କରିବେ ।

ଏଚଆଇଭି ସଂକ୍ରମିତଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜଣେ ଲୋକପାଳଙ୍କୁ ନିଯୁକ୍ତ କରାଯିବ । ଏହି ଆଇନକୁ ଆଣିବାରେ ବିଳମ୍ବ ହୋଇଛି, କିନ୍ତୁ ଏହା ଖୁବଶିଘ୍ର ନିଜସ୍ୱ ଆଇନ ପ୍ରଣୟନ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ୫୦ ହଜାରରୁ ଅଧିକ ଏଚଆଇଭି ସଂକ୍ରମିତ ଥିବା ବେଳେ ୯ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ ୧୦% ଆକ୍ରାନ୍ତ ୧୫ ରୁ ୨୪ ବର୍ଷ ମଧ୍ୟରେ ଅଛନ୍ତି ।

ନ୍ୟାସନାଲ ଏଡସ୍ କଣ୍ଟ୍ରୋଲ ଅର୍ଗାନାଇଜେସନ ଆଧାରରେ ଗଠିତ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଉପରେ ଏଚଆଇଭି ସଂକ୍ରମିତଙ୍କ କଲ୍ୟାଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଓସାକସ୍ ପକ୍ଷରୁ ନୂଆ ଆଇନ ପ୍ରଣୟନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ହେଲେ ବାରମ୍ବାର ଅଧିକାରୀଙ୍କ ବଦଳି ଯୋଗୁଁ ଏହି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଯଥାଶିଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.