fbpx

RBI ଗଭର୍ଣ୍ଣରଙ୍କୁ ମିଳିଲା ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ‘A+’Rank : ମରକ୍କୋରେ ମିଳିଲା ସମ୍ମାନ

ନୂଆଦିଲ୍ଲୀ : ଶନିବାର ଦିନ ମରକ୍କୋର ମାରାକେଶ ସହରରେ RBIର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ କାର୍ଡ ୨୦୨୩ ରେ ‘A +’ ମାନ୍ୟତା ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣରମାନଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆରବିଆଇ ଗଭର୍ଣ୍ଣର ପୁରସ୍କାର ଗ୍ରହଣ କରୁଥିବା ବେଳର ଫଟୋ ଆରବିଆଇ X ରେ ସେୟାର କରିଛି।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ମାସରେ ହିଁ ଏହି ପୁରସ୍କାର ଘୋଷଣା କରାଯାଇଥିଲା ଏବଂ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହିତ ଅନ୍ୟ ଦୁଇ କେନ୍ଦ୍ରୀୟ ବ୍ୟାଙ୍କର ଅଥବା ସ୍ୱିଜରଲ୍ୟାଣ୍ଡର ଥୋମାସ ଜେ। ଜୋର୍ଡାନ ଏବଂ ଭିଏତନାମର ନଗୁଏନ ଥି ହୁଙ୍ଗ ବି ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୩ରେ ‘A +’ ଗ୍ରେଡ ଅର୍ଜନ କରିଥିଲେ ।

ଗ୍ଲୋବାଲ ଫାଇନାନ୍ସ ପତ୍ରିକା ସମଗ୍ର ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କରମାନଙ୍କ ଉପରେ ରିପୋର୍ଟ ପ୍ରସ୍ତୁତ କରେ । ଏହି ରିପୋର୍ଟରେ A ରୁ F ପର୍ଯ୍ୟନ୍ତ ଗ୍ରେଡ଼ ପଠାଯାଏ । କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ଉତ୍କୃଷ୍ଟ ପ୍ରଦର୍ଶନ ଠାରୁ ଆରମ୍ଭ କରି ବିଫଳତା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ପରଖି ରିପୋର୍ଟ ପ୍ରସ୍ତୁତ କରେ । ପ୍ରଦର୍ଶନରେ ଉତ୍କର୍ଷତା ଥିଲେ ‘A +’ ମାନ୍ୟତା ଏବଂ ବିଫଳତା ପାଇଁ F ମାନ୍ୟତା ବିଶ୍ୱ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନରମାନଙ୍କୁ ଦିଆଯାଇଛି ।

 

Get real time updates directly on you device, subscribe now.