fbpx
BSKY SKY
BSKY SKY

ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଆହ୍ୱାନ ସତ୍ତ୍ୱେ କମିଛି ମୁଦ୍ରାସ୍ଫୀତି, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଲେ ଆଗକୁ ଶସ୍ତା ହେବ ଲୋନ୍

BSKY

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ରେପୋ ରେଟ୍ (ନୀତିଗି ଦର)ରେ କରାଯାଇଥିବା ବୃଦ୍ଧି ଓ ସରକାରଙ୍କ ଦ୍ୱାରା ଯୋଗାଣ ବ୍ୟବସ୍ଥା ସୁଧାରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଦ୍ୱାରା ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଛି । ସେ କହିଛନ୍ତି ଏହାକୁ ଆହୁରି କମ୍ କରି ୪ ପ୍ରତିଶତକୁ ଆଣିବା ଲାଗି ପ୍ରୟାସ ଜାରି ରହିଛି ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ରୁଷ ୟୁକ୍ରେନ୍ ଯୁଦ୍ଧ କାରଣରୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅନିଶ୍ଚୟତା ସହିତ ଭାରତୀୟ ଅର୍ଥନୀତିକୁ ବହୁ ଆହ୍ୱାନ ଘେରି ରହିଛି । ସୁଧ ହାର ଓ ମୁଦ୍ରାସ୍ଫୀତି ଏକ ସଙ୍ଗେ ବଦଳିଥାଏ । ଏଣୁ ଯଦି ମୁଦ୍ରାସ୍ଫୀତି ଉପରେ ନିୟନ୍ତ୍ରଣ ରଖାଯିବ ତେବେ ଲୋନ୍ ଉପରେ ସୁଧ ହାର ବି କମ୍ ହୋଇଯିବ । ୟୁକ୍ରେନ୍ ଯୁଦ୍ଧ କାରଣଣୁ ଗତ ବର୍ଷ ଫେବୃୟାରୀ–ମାର୍ଚ୍ଚ ପରେ ମୁଦ୍ରାସ୍ଫୀତି ବହୁତ ବଢିଯାଇଥିଲା । ଏହି କାରଣରୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ଜିନିଷର ଦରଦାମ୍ ବୃଦ୍ଧି ପାଇଥିଲା । ଗହମ ଓ ଖାଇବା ତେଲ ପରି ଖାଦ୍ୟପଦାର୍ଥ ୟୁକ୍ରେନ୍ ଓ ମଧ୍ୟଏସିଆରୁ ଆସିଥାଏ । ଏହି କ୍ଷେତ୍ରରୁ ଜିନିଷ ଆସି ନ ପାରିବାରୁ ଦରଦାମ୍ ବହୁତ ବଢିଯାଇଥିଲା ।

ଶକ୍ତିକାନ୍ତ ଦାସ କହିଛନ୍ତି ଏହା ପରେ ପରେ ଆମେ ବହୁ ପଦକ୍ଷେପ ଗ୍ରହଣ କରିଥିଲୁ । ଆମେ ଗତ ବର୍ଷ ମେ ମାସରୁ ସୁଧ ହାର ବୃଦ୍ଧି କରିଥିଲୁ । ସରକାରଙ୍କ ପକ୍ଷରୁ ମଧ୍ୟ ଖାଦ୍ୟ ଯୋଗାଣ ସମସ୍ୟା ଦୂର ପାଇଁ ବହୁ ପଦକ୍ଷେପ ନିଆଗଲା । ଏହି ସବୁ ଉପାୟରେ ମୁଦ୍ରାସ୍ଫୀତି ହ୍ରାସ ପାଇଲା ଓ ଏବେ ଏହା ୫ ପ୍ରତିଶତରୁ କମ୍ ରହିଛି ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ଗତ ବର୍ଷ ଏପ୍ରିଲରେ ମୁଦ୍ରାସ୍ଫୀତି ୭.୮ ପ୍ରତିଶତ ଥିଲା ଓ ଏବେ ଏହା ୪.୨୫ ପ୍ରତିଶତକୁ ଖସି ଆସିଛି । ସେ କହିଛନ୍ତି ୨୦୨୪-୨୫ ବର୍ଷରେ ମୁଦ୍ରାସ୍ଫୀତି ୪ ପ୍ରତିଶତ ରଖିବା ଦିଗରେ ଆମର ପ୍ରୟାସ ଜାରି ରହିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଆରବିଆଇକୁ ମୁଦ୍ରାସ୍ଫୀତି ୪ ପ୍ରତିଶତ ରଖିବାକୁ ହୋଇଥାଏ । ଏଥିରେ ୨ ପ୍ରତିଶତ କମ୍ ବା ବେଶୀ ସ୍ୱୀକାର୍ଯ୍ୟ ହୋଇଥାଏ ।

Get real time updates directly on you device, subscribe now.