fbpx
BJD SKY
BJD SKY

RBI ୪ ବ୍ୟାଙ୍କ ଉପରେ ଲଗାଇଲା କଡା କଟକଣା, ବଢିବ ଗ୍ରାହକଙ୍କ ମୁସ୍କିଲ

BJD

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ଚାରି ସମବାୟ ବା କପୋରେଟିଭ୍ ବ୍ୟାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଚାରି କପୋରେଟିଭ୍ ବ୍ୟାଙ୍କର ଆର୍ଥିକ ଦୂରାବସ୍ଥାକୁ ଦୃଷ୍ଟିରେ ରଖି ଆରବିଆଇ ଅନେକ ପ୍ରକାରର କଟକଣା ଲଗାଇଛି। ଏହି ଚାରି ବ୍ୟାଙ୍କ ହେଉଛି ଦିଲ୍ଲୀର ରାମଗଢିଆ କପୋରେଟିଭ ବ୍ୟାଙ୍କ, ମୁମ୍ବାଇର ସାହେବରାଓ ଦେଶମୁଖ କପୋରେଟିଭ୍ ବ୍ୟାଙ୍କ ଏବଂ ସାଙ୍ଗଲି କପୋରେଟିଭ୍ ବ୍ୟାଙ୍କ, କର୍ଣ୍ଣାଟକର ଶାରଦା ମହିଳା କପୋରେଟିଭ୍ ବ୍ୟାଙ୍କ।

ଆରବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବ୍ୟାଙ୍କ ଉପରେ କିଛି ମାସର କଟକଣା ଲଗାଯାଇଛି। ଏହା ୨୦୨୨ ଜୁଲାଇ ୮ରୁ ଲାଗୁ ହୋଇଛି। ଏହି କଟକଣା ବ୍ୟାଙ୍କିଂ ବିନିୟମ ଅଧିନିୟମର ୧୯୪୯ ଧାରା ଆଧାରରେ ଲଗାଯାଇଛି।

ଆରବିଆଇ ଏହି ସମ୍ବନ୍ଧରେ ନୋଟିସ୍ ଜାରି କରି କହିଛି ଯେ, ଆରବିଆଇର ବିନା ସ୍ଵୀକୃତିରେ ଏହି ଚାରି ବ୍ୟାଙ୍କ କୌଣସି ଲୋନ୍ ଦେଇ ପାରିବେ ନାହିଁ। ବ୍ୟାଙ୍କର ନବୀକରଣ କରି ପାରିବେ ନାହିଁ। ଏହି ଚାରି ବ୍ୟାଙ୍କର ଜମାକାରୀଙ୍କ ଟଙ୍କା ଉଠାଣ ଉପରେ ମଧ୍ୟ ଏକ ସୀମା ଲାଗୁ କରାଯିବ। ସେହି ସୀମା ଭିତରେ ଗ୍ରାହକ ଟଙ୍କା ଉଠାଇ ପାରିବେ।

ଆରବିଆଇ ଅନୁଯାୟୀ, ରାମଗଢିଆ କପୋରେଟିଭ ବ୍ୟାଙ୍କ ଏବଂ ସାହେବରାଓ କପୋରେଟିଭ୍ ବ୍ୟାଙ୍କର ଗ୍ରାହକ ମାସକୁ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। ସାଙ୍ଗଲି କପୋରେଟିଭ ବ୍ୟାଙ୍କ ମାମଲାରେ ଏହି ସୀମା ୪୫ ହଜାର, ଶାରଦା ମହିଳା କପୋରେଟିଭ୍ ବ୍ୟାଙ୍କର ଗ୍ରାହକ ମାସକୁ ମାତ୍ର ସାତ ହଜାର ଟଙ୍କା କାଢି ପାରିବେ।

ଆରବିଆଇ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଚାରି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରାଯାଉ ନାହିଁ। ପରିସ୍ଥିତି ଅନୁସାରେ ନିର୍ଦ୍ଦେଶରେ ସଂଶୋଧନ କରାଯିବ ବୋଲି ଆରବିଆଇ କହିଛି।

 

Get real time updates directly on you device, subscribe now.