fbpx

Paytm ପେମେଣ୍ଟ ବ୍ୟାଙ୍କର ବାତିଲ ହେବ ଲାଇସେନ୍ସ! ଆକ୍ସନ୍ ମୋଡ୍ ରେ RBI, ଗ୍ରାହକଙ୍କ ଉପରେ ମଧ୍ୟ ପ୍ରଭାବ

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ ବ୍ୟାଙ୍କର ଅପରେଟିଂ ଲାଇସେନ୍ସ ବାତିଲ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବିଚାର କରୁଛି । ଜମାକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପରେ ନିଷ୍ପତ୍ତି ନିଆଯାଇପାରେ । ପେଟିଏମ୍ ର ପ୍ୟାରେଣ୍ଟ୍ କମ୍ପାନୀ ୱାନ୍୯୭ କମ୍ୟୁନିକେସନ୍ ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ୪୯ ପ୍ରତିଶତ ଅଂଶଧନ ରହିଛି ।

ପେଟିଏମ୍ ଏହାକୁ ଏହାର subsidiary କମ୍ପାନୀ ବୋଲି କହିନାହିଁ, ଏହାକୁ ଏହାର ସହଯୋଗୀ ଭାବରେ ଉଲ୍ଲେଖ କରିଛି ।

କେବେ ନିଷ୍ପତ୍ତି ନିଆଯାଇପାରେ :-
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଆରବିଆଇ ଆସନ୍ତା ମାସ ଆରମ୍ଭରେ ଲାଇସେନ୍ସ ବାତିଲ ଘୋଷଣା କରିପାରେ । ଏହାର ଅର୍ଥ ହେଉଛି ଲାଇସେନ୍ସ ବାତିଲ ହେବା ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଅସ୍ଥିତ୍ୱ ରହିବ ନାହିଁ । ତେବେ ଫେବୃଆରୀ ୨୯ ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଅଧିକାଂଶ ସେବା ବନ୍ଦ ରହିବ ବୋଲି ଆରବିଆଇ ଘୋଷଣା କରିସାରିଛି ।

ଅନ୍ୟପଟେ ଫେବ୍ରୃଆରୀ ୨୯ପରେ ବି ପେଟିଏମ ଆପ ପୂର୍ବ ପରି ଚାଲୁ ରହିବ ବୋଲି ଟ୍ୱିଟ୍ କରି ୟୁଜର୍ସମାନଙ୍କୁ ଆଶ୍ୱସ୍ତ କରିଛନ୍ତି ପେଟିଏମ୍ ସିଇଓ ବିଜୟ ଶଙ୍କର ଶର୍ମା । ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ବ୍ୟବହାରକାରୀଙ୍କ ସେଭିଂ ଆକାଉଣ୍ଟ, ୱାଲେଟ୍, ଫାଷ୍ଟଟ୍ୟାଗ, ଏନସିଏମସି ଆକାଉଣ୍ଟକୁ ପ୍ରଭାବିତ କରିପାରିବ ନାହିଁ ବୋଲି ସେ କହିଛନ୍ତି । ଏଥି ସହିତ ଅତୁଟ ସମର୍ଥନ ପାଇଁ ବ୍ୟବହାରକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କମ୍ପାନୀର ସିଇଓ ।

Get real time updates directly on you device, subscribe now.