fbpx

ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଜୟ ପାଇଁ ଚାଲିବ ମହାଯୁଦ୍ଧ

ନୂଆଦିଲ୍ଲୀ: ଆଇପିଏଲ-୧୬ର ୧୫ତମ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ । ତେବେ ଆରସିବି ଅଧିନାୟକ ଫାଫ୍ ଡୁପ୍ଲେସିସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ପକ୍ଷରେ ଫାଫ୍-ଡୁ ପ୍ଲେସିସଙ୍କ ସହ କିଙ୍ଗ କୋହଲି ରହିଥିବା ବେଳେ ଅନ୍ୟ ପକ୍ଷରେ ରହିଛନ୍ତି କେ.ଏଲ ରାହୁଲ ଏବଂ କାଏଲ ମେୟର୍ସ ।

ଉଭୟ ଦଳ ମଧ୍ୟରେ ଗତବର୍ଷ ହୋଇଥିବା ଦୁଇଟି ଯାକ ମ୍ୟାଚରେ ବାଜି ମାରିଥିଲା ବାଙ୍ଗାଲୋର । ତେଣୁ ସୁପର ଜିଆଣ୍ଟସ ବିପକ୍ଷରେ ଏହି ବିଜୟ ଧାରାକୁ ବଜାୟ ରଖିବା ଆଶାରେ ରହିବ ଆରସିବି । ଅନ୍ୟ ପକ୍ଷରେ ରାହୁଲ ମଧ୍ୟ ଏହି ମ୍ୟାଚରେ ବାଙ୍ଗାଲୋରକୁ ମାତ୍ ଦେବା ପାଇଁ ପ୍ରସ୍ତୁତ କରୁଛନ୍ତି ରଣନୀତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପ୍ରଥମ ମ୍ୟାଚରେ ଦମଦାର ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା ଆରସିବି । କିନ୍ତୁ ଦ୍ୱିତୀୟ ମ୍ୟାଚରେ କୋଲକାତା ନିକଟରୁ ପରାସ୍ତ ହୋଇଛି । ବାଙ୍ଗାଲୋରର ୨୦୫ ରନର ପିଛା କରି ମାତ୍ର ୧୨୩ ରନରେ ଅଲ ଆଉଟ ହୋଇଯାଇଥିଲା ।

ତେବେ ରାହୁଲ ସେନା ପୂର୍ବ ମ୍ୟାଚରେ ହାଇଦ୍ରାବାଦକୁ ୫ ୱିକେଟରେ ମାତ୍ ଦେଇ ଆତ୍ମବିଶ୍ୱାସ ଫେରି ପାଇଛି । ୩ ମ୍ୟାଚରୁ ୨ଟି ମାଚରେ ବିଜୟ ସହ ତୃଥୀୟ ସ୍ଥାନରେ ରହିଛି ସୁପର ଜିଆଣ୍ଟସ । ତେବେ ଆଜିର ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ବାଙ୍ଗାଲୋର ସମ୍ପୂର୍ଣ୍ଣ ରୂପେ ଡୁପ୍ଲେସି ଏବଂ ବିରାଟ କୋହଲିଙ୍କ ଉପରେ ନିର୍ଭରଶୀଳ ରହୁଥିବା ବେଳେ ଆଜି ମ୍ୟାଚରେ ମଧ୍ୟଭାଗକୁ ମଧ୍ୟ ପ୍ରଦର୍ଶନ କରିବାକୁ ପଡିବ । ତେବେ ଅନ୍ୟ ପକ୍ଷରେ ସୁପର ଜିଆଣ୍ଟସ ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ରାହୁଲ ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କ ସହ କାଏଲ ମାୟର୍ସ ଦମଦାର ପ୍ରଦର୍ଶନ କରିଛନ୍ତି ।

ରୋୟଲ ଚାଲେଞ୍ଜର୍ସ ବାଙ୍ଗଲୋର: ବିରାଟ କୋହଲି, ଫାଫ୍ ଡୁ ପ୍ଲେସି(ଅଧିନାୟକ), ମହିପାଲ ଲାମରୋର, ଗ୍ଲେନ ମାକ୍ସୱେଲ, ଶାହବାଜ ଅହମ୍ମଦ, ଦିନେଶ କାର୍ତ୍ତିକ, ଅନୁଜ ରାୱତ, ଡାଭିଡ ୱିଲି, ୱେନ ପାର୍ଣ୍ଣେଲ, ହର୍ଷଲ ପଟେଲ, ମହମ୍ମଦ ସିରାଜ

ସୁପର ଜିଆଣ୍ଟସ: କେ.ଏଲ ରାହୁଲ(ଅଧିନାୟକ), କାଏଲ ମାୟର୍ସ, ଦୀପକ ହୁଡ୍ଡା, ମାକର୍ସ ଷ୍ୟୋଇନିସ, କ୍ରୁନାଲ ପାଣ୍ଡ୍ୟା, ନିକୋଲାସ ପୁରନ୍, ଜୟଦେବ ଉନାଦକଟ, ଅମିତ ମିଶ୍ରା, ଆଭେଶ ଖାନ୍, ମାର୍କ ଉଡ୍, ରବି ବିଷ୍ଣୋଇ

Get real time updates directly on you device, subscribe now.