fbpx
BJD SKY
BJD SKY

ଜାଲ୍ ସାର୍ଟିଫିକେଟ ମାମଲା: CBI ତଦନ୍ତ ପାଇଁ ଚିଠି ଲେଖିଲେ ମହାଡାକପାଳ

BJD

ଭୂବନେଶ୍ୱର: ଫେକ୍ ସାର୍ଟିଫିକେଟ ମାମଲାର ହେବ ସିବିଆଇ ତଦନ୍ତ । ଭାରତୀୟ ଡାକ ବିଭାଗରେ ନକଲି ସାର୍ଟିଫିକେଟ୍ ଦେଇ ଚାକିରି ଘଟଣାର ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଛନ୍ତି ମହାଡାକପାଳ । ଏହି ମାମଲାରେ ଏକାଧିକ ରାଜ୍ୟର ସଂପୃକ୍ତି ରହିଥିବାରୁ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଥିବା କହିଛନ୍ତି ମହାଡାକପାଳ ।

କିଛିଦିନ ତଳେ ବଲାଙ୍ଗିର ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପରେ ଘଟଣାର ତଦନ୍ତ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ । ତେବେ ଏହି ଘଟଣା ବିଷୟରେ ଅଧିକ ତଦନ୍ତ ହେବ ପରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ଠକାମି ଚାଲିଥିବା ଜଣାପଡିଥିଲା । ଏବେ ଏହି ଘଟଣାରେ ଏକାଧିକ ରାଜ୍ୟର ସଂମପୃକ୍ତି ଖବର ଆସିବା ପରେ ଘଟଣାର ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଛନ୍ତି ମହାଡାକପାଳ ।

ଏହି ନକଲି ସାର୍ଟିଫିକେଟ୍‌ର ଚେର କୁଆଡ଼େ ଲମ୍ବିଛି ସେ ନେଇ ଏବେ ବଡ଼ ତଦନ୍ତ ହେବାକୁ ଯାଉଛି । ଏଥିରେ ରାଜ୍ୟ ସରକାରରେ ଥିବା ମନ୍ତ୍ରୀ ସାମିଲ ଥିବା ବିରୋଧୀ ଦାବି କରୁଥିବା ବେଳେ ଏବେ ଏହି ଘଟଣାର ତଦନ୍ତ ଯଦି ସିବିଆଇ କରେ, ତେବେ ଆଗକୁ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇପାରେ ।

Get real time updates directly on you device, subscribe now.