fbpx
BJD
BJD SKY
BJD SKY

ପୁରା ଖପ୍ପା ନୟନତାରା ! ଫ୍ୟାନ୍ସଙ୍କୁ ଧମକ – ଫୋନ୍ ଭାଙ୍ଗି ଦେବି.. ଜାଣନ୍ତୁ କାରଣ

ନୂଆଦିଲ୍ଳୀ : ସାଉଥ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ନୟନତାରା । ଗତ ବର୍ଷ ତାଙ୍କର ବିବାହ ହୋଇଥିଲା । ବିବାହର ମାତ୍ର ୬ ମାସ ପରେ ସେ ସେରୋଗସି ପଦ୍ଧିତରେ ଦୁଇଟି ସନ୍ତାନର ଜନନୀ ମଧ୍ୟ ହୋଇଛନ୍ତି । ତେବେ ଏବେ ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି । ଚର୍ଚ୍ଚା ଏଥିପାଇଁ ଯେ, ସେ କୁଆଡେ ଫ୍ୟାନ୍ସ ଉପରେ ରାଗିବା ସହ ଫୋନ୍ ଭାଙ୍ଗିଦେବେ ବୋଲି ଧମକ ଦେଇଛନ୍ତି ।

ନିକଟରେ ସ୍ୱାମୀଙ୍କ ସହ ସେ ଏକ ମନ୍ଦିର ଯାଇଥିଲେ । ସେଠାରେ ତାଙ୍କ ଫ୍ୟାନ୍ସ ତାଙ୍କୁ ଘେରି ଯାଇଥିଲେ । କିଛି ଲୋକ ତାଙ୍କ ଭିଡିଓ ନେଉଥିବା ବେଳେ ଆଉ କିଛି ଲୋକଙ୍କ ଫଟୋ ଉଠାଉଥିଲେ । ଆଉ କିଛି ଫ୍ୟାନ୍ସ ମଧ୍ୟ ତାଙ୍କ ସେଲ୍‌ଫି ନେବାକୁ ଚେଷ୍ଟା କରୁଥିଲେ । ଏଥିରେ ଉତକ୍ଷିପ୍ତ ହୋଇଛି ସେ ଫ୍ୟାନ୍ସଙ୍କୁ ଧମକ ଦେବାକୁ ପଛାଇ ନଥିଲେ । ଫୋନ୍ ଭାଙ୍ଗି ଦେବି ବୋଲି କହି ଜଣଙ୍କୁ ଧମକ ଦେଇଥିଲେ ।

ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି । କିଛି ଲୋକ ଏହାକୁ ଟ୍ରୋଲ କରି ସମାଲୋଚନା କରୁଥିବା ବେଳେ ଅନ୍ୟ କିଛି ତାଙ୍କ ସପକ୍ଷରେ କହିଛନ୍ତି ।

Get real time updates directly on you device, subscribe now.