fbpx

ବଡ ଖବର! ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଭାରତକୁ ଆସିବ ପାକିସ୍ତାନ: ରାଜି ହେଲା PCB

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ପାକିସ୍ତାନର ଉପସ୍ଥିତିକୁ ନେଇ ଲାଗିଥିବା ଦ୍ୱନ୍ଦ୍ୱରେ ପଡିଛି ପୂର୍ଣ୍ଣଚ୍ଛେଦ । ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ଆସିବାକୁ ରାଜି ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏ ନେଇ ବୋର୍ଡର ମୁଖ୍ୟ ନଜମ ସେଠୀ ସ୍ପଷ୍ଟ ସୂଚନା ଦେଇଛନ୍ତି । ତେବେ ପାକିସ୍ତାନରେ ହେବାକୁ ଥିବା ଏସିଆ କପ ପାଇଁ ଭାରତ ପାକିସ୍ତାନକୁ ଯିବା ପାଇଁ ପୂର୍ବରୁ ମନା କରି ସାରିଥିଲା । ଏହାପରେ ପାକିସ୍ତାନ ମଧ୍ୟ ବିଶ୍ୱକପ ପାଇଁ ଭାରତ ଆସିବାକୁ ମନା କରିଥିବା ବେଳେ ବର୍ତ୍ତମାନ ନିଷ୍ପତ୍ତି ପରିବର୍ତ୍ତନ କରିଛି ।

India vs Pakistan T20 World Cup Melbourne weather: 90 percent rainfall  expected | Cricket - Hindustan Times

ସୋସିଆଲ ମିଡିଆରେ ସମସ୍ତ କଥା ସ୍ପଷ୍ଟ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ନଜମ ସେଠୀ । ସେ କହିଛନ୍ତି ଯେ, ଆଇସିସି ଦିନିକିଆ ବିଶ୍ୱକପ ଖେଳିବା ପାଇଁ ପାକିସ୍ତାନ ଭାରତକୁ ଯିବ । ସେ କହିଛନ୍ତି ଯେ ଭାରତରେ ହେବାକୁ ଥିବା ଏହି ବିଶ୍ୱକପ ଆଇସିସିର ଅଟେ, ତେଣୁ ଏସିସି ଏବଂ ଆଇସିସିକୁ ନେଇ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ଭାରତ ପାକିସ୍ତାନରେ ଏସିଆ କପ୍ ନ ଖେଳିବା ପାଇଁ ମନା କରିବା ଦିନରୁ ପିସିବି କିଛି ନୂଆ କରିବା ପାଇଁ ଯୋଜନା କରୁଥିଲା । ଏସିଆ କପରେ ସମସ୍ତ ମ୍ୟାଚ ପାକିସ୍ତାନରେ ଖେଳାଯିବାକୁ ଥିବା ବେଳେ ଭାରତର ମ୍ୟାଚଗୁଡିକ ଅଲଗା ଦେଶରେ ଖେଳାଯିବ । ତେବେ ଏଥିପାଇଁ ଏକ ସ୍ୱତନ୍ତ୍ର ମଡେଲ ପ୍ରସ୍ତୁତ କରାଯାଇଛି ।

ଆଇସିସି ବିଶ୍ୱକପ କିମ୍ବା ବିସିସିଆଇ ଦ୍ୱାରା ଆୟେଜିତ ମ୍ୟାଚ ସମ୍ପର୍କରେ କୌଣସି ପ୍ରକାରର ଆଲୋଚନା ହୋଇନାହିଁ । ଗତବର୍ଷ ଜୟ ଶାହ ଏସିଆ କପକୁ ନେଇ ବୟାନ ଦେଇଥିଲେ । କିନ୍ତୁ ସେ ସମୟରେ ପିସିବିର ଅଧ୍ୟକ୍ଷ ଥିଲେ ରମିଜ ରାଜା । ତେଣୁ ଭାରତରେ ହେବାକୁ ଥିବା ବିଶ୍ୱକପକୁ ପାକିସ୍ତାନ ବହିଷ୍କାର କରିବ ବୋଲି ସେ ଧମକ ଦେଇଥିଲେ । ଏହାପରେ ମଧ୍ୟ ଅନେକ ଥର ଏହି କଥା କହିଛନ୍ତି । ରମିଜ ରାଜାଙ୍କ ପରେ ନଜମ ସେଠୀ ବର୍ତ୍ତମାନ ପିସିବିର ଅଧ୍ୟକ୍ଷ ପଦରେ ରହିଛନ୍ତି ।

Get real time updates directly on you device, subscribe now.