fbpx

ଆଜି ବାଙ୍ଗାଲୋରକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ: ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ରାହୁଲ-ଶିଖର

ନୂଆଦିଲ୍ଲୀ: ଆଜି ଶନିବାର ଆଇପିଏଲ-୨୦୨୩ରେ ହେବାକୁ ଯାଉଛି ଡବଲ ଧମାକା । ଦୁଇଟି ମ୍ୟାଚରେ ୪ଟି ଦଳ ଭିତରେ ଲାଗିବ ମହାଲଢେଇ । ପ୍ରଥମ ମ୍ୟାଚରେ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଲକ୍ଷେ୍ନø ସୁପର ଜିଆଣ୍ଟସକୁ ଭେଟିବ ପଞ୍ଜାବ କିଙ୍ଗସ । ଦୁଇଟି ଯାକ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି । ତେବେ ଆଜିର ଦୁଇଟି ଯାକ ମ୍ୟାଚରେ ଅଧିନାୟକ ରହିଛନ୍ତି ଓପନର ବ୍ୟାଟ୍ସମ୍ୟାନ । ଅର୍ତାତ ଆଜିର ଦିନଟି ଓପନରଙ୍କ ଲଢେଇ କୁହାଯାଇପାରିବ ।

Royal Challengers Bangalore (RCB) vs Delhi Capitals (DC) | IPL 2023 : Match  20 | Predictions

ଆଜିର ପ୍ରଥମ ମ୍ୟାଚ ଅପରାହ୍ନରେ ବାଙ୍ଗାଲୋର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଯାଲ୍ସ । ଗୋଟିଏ ପଟେ ଡାଭିଡ ୱାର୍ଣ୍ଣର ଥିବା ବେଳେ ଅନ୍ୟ ପକ୍ଷରେ ଅଦିନାୟକ ରହିଛନ୍ତି ଫାଫ୍ ଡୁପ୍ଲେସି । ତେବେ ବାଙ୍ଗାଲୋରର ଏହି ପିଚ ବ୍ୟାଟିଂ ଦଳ ପାଇଁ ଖୁବ ସୁହାଇଥାଏ, ତେଣୁ ଆଜି ଏହି ମ୍ୟାଚରେ ରନ୍ ବର୍ଷା ହେବ ବୋଲି ଆଶା କରାଯାଉଛି । ଚଳିତବର୍ଷ ବାଭ୍ଗାଲୋରର ପ୍ରଦର୍ଶନ ହାରାହାରି ଭଲ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ପ୍ରଥମ ବିଜୟ ପାଇଁ ସଂଘର୍ଷ କରୁଛି ଦିଲ୍ଲୀ କ୍ୟାପିଯାଲ୍ସ । ତେବେ ଏହି ମ୍ୟାଚରେ ପ୍ରଥମ ବିଜୟ ଆଶାରେ ଓହ୍ଲାଇବେ ଡାଭିଡ ୱାର୍ଣ୍ଣର ।

Ipl 2023 Lsg Vs Pbks What Will Be The Dream Team Of This Match Read Full  Match Preview Including Weather And Pitch Report 2023 Ipl Live Marathi News  | LSG Vs PBKS :

ସେହିପରି ଦ୍ୱିତୀୟ ମ୍ୟାଚରେ କେ.ଏଲ ରାହୁଲ ଏବଂ ଶିଖର ଧୱନଙ୍କ ଦଳ ଭିତରେ ଫାଇଟ ହେବ । ଘରୋଇ ପିଚରେ ଅଦିକ ଶକ୍ତିଶାଳୀ ମନେ ହେଉଛି ସୁପର ଜିଆଣ୍ଟସ । ତେବେ ପଞ୍ଜାବର ଖେଳାଳିମାନେ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ତେଣୁ ସନ୍ଧ୍ୟାରେ ହେବାକୁ ଥିବା ଏହି ମ୍ୟାଚରେ ମଧ୍ୟ ଖୁବ ଟ୍ୱିଷ୍ଟ ଦେଖିବାକୁ ମିଳିପାରେ । ଲକ୍ଷେ୍ନøର ପ୍ରାୟ ସମସ୍ତ ଖେଳାଳି ଭଲ କରୁଥିଲେ ମଧ୍ୟ ରାହୁଲଙ୍କ ଫର୍ମ ଏବେ ଅଡୁଆରେ ପକାଇ ଦେଇଛି ।

Get real time updates directly on you device, subscribe now.