fbpx
BJD SKY
BJD SKY

ନିଜଠାରୁ ବୟସରେ ବଡ଼ ଝିଅମାନଙ୍କୁ କାହିଁକି ପସନ୍ଦ କରନ୍ତି ଯୁବକ ? ଜାଣନ୍ତୁ ଉତ୍ତର

BJD

ଆଜିକାଲି ସମାଜରେ ଯୁବକମାନେ ନିଜଠାରୁ ବୟସରେ ବଡ଼ ଝିଅମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଏହାର ଅନେକ କାରଣ ରହିଛି । ଗୋଟେ ପୁଅ ନିଜ ଜୀବନସାଥୀ ଖୋଜିବାବେଳେ ତାର ବୟସକୁ କେବେ ହେଲେ ଦେଖେନାହିଁ। ଆପଣ ଚାହିଁବେ ତ ବଲିଉଡର ଅଭିଷେକ ବଚ୍ଚନଙ୍କ ଠାରୁ ନେଇ କ୍ରିକେଟର ବିରାଟ କୋହଲି ଓ ବିଦେଶର ନିକ୍ ଜୋନସଙ୍କ ଉଦାହରଣ ଦେଇପାରିବେ। ସେମାନେ ହୁଅନ୍ତୁ କି ସାଧାରଣ ଲୋକ ସେମାନେ ଅଧିକ ବୟସର ଝିଅଙ୍କୁ ପ୍ରେମ କରିବାକୁ ବହୁତ ପସନ୍ଦ କରିଥାନ୍ତି। ତେବେ ଏହା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା…

– ଆଜିକାଲିର ପୁଅମାନେ ଚାହିଁଥାନ୍ତି କି ତାଙ୍କ ସ୍ତ୍ରୀ ଏମିତି ହୋଇଥାଉ ଯିଏ ଘର ଏବଂ ବାହାରର ସବୁ କାମରେ ସ୍ୱାମୀକୁ ସହଯୋଗ କରୁ। ବୟସରେ ବଡ଼ ହୋଇଥିବା ଝିଅ ଯଦି ଚାକିରିରୀ କରୁଥିବେ ତେବେ ସେ ଆର୍ଥିକ ରୂପରେ ବି ସ୍ଥିର ଓ ମଜବୁତ ହୋଇଥାନ୍ତି।

– ପୁଅମାନେ ଚାହାନ୍ତି କି ତାଙ୍କ ସ୍ତ୍ରୀ ନିଃସ୍ବାର୍ଥ ଭାବରେ ତାଙ୍କ ଯତ୍ନ ନେଉ। ଆଉ ଏତେ ଭଲ ପାଉ ଯେ ଯେମିତି ତା ମା’ ତାକୁ ଭଲପାଆନ୍ତି। ସାଧାରଣତଃ ବୟସରେ ବଡ଼ ଥିବା ଝିଅ ନିଜ ସ୍ବାମୀ ଏବଂ ପରିବାରକୁ ବହୁତ ଭଲ ଭାବେ ସମ୍ଭାଳି ପାରନ୍ତି।

– ବୟସରେ ବଡ଼ ଥିବା ସ୍ତ୍ରୀଙ୍କ ସ୍ୱାମୀ ଯେତେବେଳେ ଚିନ୍ତିତ ଥାନ୍ତି ସେତେବେଳେ ସ୍ତ୍ରୀ ଭାବପ୍ରବଣ ହୋଇ ସହଯୋଗ କରିଥାନ୍ତି। କାରଣ ସେମାନଙ୍କ ପାଖରେ ଅନୁଭବ କରିବାର ଶକ୍ତି ଅଧିକ ଥାଏ। କମ ବୟସର ଝିଅଙ୍କ ପାଇଁ କିଛି ଜିନିଷ ବୁଝିପାରିବା କ​‌ଷ୍ଟସାଧ୍ୟ ହୋଇଯାଏ। କାରଣ କମ ବୟସର ଝିଅଙ୍କ ପାଖରେ ଅନୁଭବ କରିବାର ଶକ୍ତି କମ ଥାଏ।

– ବୟସରେ ବଡ଼ ହୋଇଥିବା ଝିଅ ସାଧାରଣତଃ ନିଜ କର୍ତ୍ତବ୍ୟ ପ୍ରତି ଅଧିକ ଦାୟିତ୍ବବାନ୍ ହୋଇଥାନ୍ତି। କାରଣ ତାଙ୍କ ପାଖରେ ଏମିତି କିଛି ଶକ୍ତି ଥାଏ ଯାହାଦ୍ବାରା ସେ ସମ୍ପର୍କର ମହତ୍ବ ବହୁତ ଭଲ ଭାବେ ବୁଝିପାରନ୍ତି।

– ବୟସରେ ବଡ଼ ହୋଇଥିବା ସ୍ତ୍ରୀ ତା ସ୍ବାମୀ ଉପରେ ନିର୍ଭରଶୀଳ ହୋଇନଥାଏ। ସେ ତା ନିଜ କାମ ନିଜେ କରିବାକୁ ପସନ୍ଦ କରିଥାଏ। ଏହା ସହିତ ଅନ୍ୟକୁ ବି ସାହାଯ୍ୟ କରିବାକୁ ସେମାନେ ପସନ୍ଦ କରିଥାନ୍ତି।

Get real time updates directly on you device, subscribe now.