fbpx

ଲା ଲିଗା ଜିତିଲା ରିୟଲ୍ ମାଦ୍ରିଦ୍: ଦମଦାର ବିଜୟ ସହିତ ୩୫ତମ ଟାଇଟଲ୍

Advertisement

ନୂଆଦିଲ୍ଳୀ: ଶନିବାର ନିଜର ୩୫ତମ ଲାଲିଗା ଟାଇଟଲ୍ ହାସଲ କରିଛି । ଡେ ରୋଡ୍ରିଗୋଙ୍କ ଡବଲ୍ ଗୋଲ୍ ସହିତ ଆସେନିଓ ଏବଂ ବେଞ୍ଜେମାଙ୍କ ଗୋଟିଏ ଲେଖାଏଁ ଗୋଲ୍ ବଳରେ ୪-୦ରେ ଏସ୍ପାନୋଲକୁ ପରାସ୍ତ କରିଛି ରିୟଲ୍ ମାଦ୍ରିଦ୍ । ଟାଇଟଲ୍ ହାସଲ ପାଇଁ ମାଦ୍ରିଦକୁ ଗୋଟିଏ ଡ୍ରର ଆବଶ୍ୟକତା ରହିଥିବା ବେଳେ ଦଳ କିନ୍ତୁ ଏକପାଖିଆ ବିଜୟ ସହିତ ଟାଇଟଲ କବଜା କରିଥିଲା । ତେବେ ବ୍ରାଜିଲିଆନ୍ ଷ୍ଟ୍ରାଇକର୍ ଡେ ଗୋସ୍ ରୋଡ୍ରିଗୋ କିନ୍ତୁ ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ ।

ପ୍ରଥମାର୍ଦ୍ଧରେ ଦୁଇଟି ଯାକ ଗୋଲ୍ ଡେ ଗୋସ୍ ରୋଡ୍ରିଗୋ ସ୍କୋର କରିଥିଲେ । ମ୍ୟାଚର ୩୩ ତମ ମିନିଟରେ ନିଜର ପ୍ରଥମ ଗୋଲ୍ ସ୍କୋର କରିବା ସହିତ ଦଳର ପ୍ରଥମ ଗୋଲ୍ ମଧ୍ୟ ସ୍କୋର କରିଥିଲେ । ଏହାର ୧୦ ମିନିଟ ପରେ ଡେ ଗୋସ୍ ରୋଡ୍ରିଗୋ ନିଜର ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ପ୍ରଥମାର୍ଦ୍ଧ ଶେଷ ହେଲା ବେଳକୁ ମାଦ୍ରିଦ୍ ୨-୦ରେ ଅଗ୍ରଣୀ ହାସଲ କରିଥିଲା । ମାର୍କୋ ଆସେନ୍ସିଓ ୫୫ତମ ମିନିଟରେ ଦଳ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିଲେ । ଅନ୍ତିମ ଗୋଲଟିକୁ ସ୍କୋର କରିଥିଲେ ଷ୍ଟାର ଷ୍ଟ୍ରାଇକର୍ କରିମ୍ ବେଞ୍ଜେମା । ମ୍ୟାଚର ୮୧ ତମ ମିନିଟରେ ବେଞ୍ଜେମା ଏହି ଗୋଲଟି ସ୍କୋର କରିଥିଲେ ।

ଆସନ୍ତା ବୁଧବାର ଦିନ ମାଦ୍ରିଦ୍ ଚାମ୍ପିୟନ୍ସ ଲିଗ୍ ସେମି ଫାଇନାଲର ଦ୍ୱିତୀୟ ଚରଣ ମୁକାବିଲା ଖେଳିବ । ମାଞ୍ଚେଷ୍ଟର ସିଟି ବିପକ୍ଷ ମୁକାବିଲା ପୂର୍ବରୁ ଖେଳାଳିଙ୍କୁ ବିଶ୍ରାମ ଦେବା ଲକ୍ଷ୍ୟରେ ଆସେନ୍ସିଓଙ୍କୁ ଷ୍ଟ୍ରାଇକର୍ ଭାବରେ ଓହ୍ଲାଇଥିଲେ କୋଚ୍ କାର୍ଲୋ ଆନ୍ସେଲୋଟ୍ଟି । ମାଦ୍ରିଦର ବିଜୟ ସହିତ ଏକ ବିରଳ ରେକର୍ଡ ହାସଲ କରିଛନ୍ତି ଆନ୍ସେଲୋଟ୍ଟି । ୟୁରୋପର ଟପ୍-୫ ଲିଗ୍ ଟାଇଟଲ ହାସଲ କରିବାର କୃତିତ୍ୱ ନିଜ ନାମରେ ରଖିଛନ୍ତି ଆନ୍ସେଲୋଟ୍ଟି । ଏହା ସହିତ ରିୟଲ ମାଦ୍ରିଦ୍ ସହିତ ନିଜର ୨୪ ତମ ଟାଇଟଲ ହାସଲ କରିଛନ୍ତି ବ୍ରାଜିଲିଆନ୍ ମିଡ ଫିଲ୍ଡର ମାର୍ସେଲୋ । କ୍ଲବ୍ର ୧୨୦ ବର୍ଷ ଇତିହାସରେ ଏହା ଏକ ରେକର୍ଡ ବୋଲି କୁହାଯାଇଛି ।

Get real time updates directly on you device, subscribe now.