fbpx

(VIDEO) ସୁମିତଙ୍କ ନିରବତା ଝଡ଼ର ପୂର୍ବବର୍ତ୍ତୀ ଲକ୍ଷଣ ନୁହେଁ ତ, କାହିଁକି ସେ ତପସ୍ୱିନୀଙ୍କଠାରୁ ଦୂରେଇ ରହୁଛନ୍ତି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ବିବାଦ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୧୦ ତାରିଖ ଠାରୁ ଫେରାର ହେବା ପରେ ଏହି ଘଟଣା ନୂଆ ମୋଡ଼ ନେଇଥିଲା । ତେବେ ସୁମିତ ବାଲିସିରାରେ ରହି ଘରଭଡ଼ା ଖୋଜୁଛନ୍ତି ବୋଲି ତାଙ୍କ ଓକିଲ ଗଣମାଧ୍ୟମକୁ ସଫେଇ ଦେଇଥିଲେ । ଏହାପରେ ସମ୍ପୂର୍ଣ୍ଣ ଏକା ହୋଇଯାଇଥିବା ତପସ୍ୱିନୀ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ସୁମିତ ୪ ଦିନ ଛୁଟି ନେଇ ଚାଲିଯାଇଥିବା ଜଣାପଡ଼ିଥିଲା ।

ପୂର୍ବରୁ କୋର୍ଟ ସୁମିତ ଓ ତପସ୍ୱିନୀଙ୍କୁ ୭ ଦିନ ପାଇଁ ଏକାଠି ରହିବାକୁ ନିର୍ଦ୍ଦେଶ ଦେବା ପରେ ଦୁହେଁ ଏକାଠି ରହିଥିଲେ । ଏହାପରେ ଗତ ୯ ତାରିଖରେ କୋର୍ଟରେ ସୁମିତଙ୍କ ପକ୍ଷ ରଖିବାର ଥିଲା । ମାତ୍ର ତାଙ୍କ ଓକିଲ ଆଉ ୭ ଦିନ ସମୟ ମାଗିବାରୁ କୋର୍ଟ ତାଙ୍କୁ ସେନେଇ ଅନୁମତି ଦେଇଥିଲେ । ଏହାପରେ ହଠାତ୍ ୧୦ ତାରିଖ ଦିନ ସୁରକ୍ଷା ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲେ । ତପସ୍ୱିନୀ ଏକାଧିକ ଭିଡିଓ ମାଧ୍ୟମରେ ସୁମିତଙ୍କ ନିଖୋଜ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ଏପରିକି କେହି ତପସ୍ୱିନୀଙ୍କୁ ସାହାଯ୍ୟ କରୁନଥିବା ସେ ଅଭିଯୋଗ କରିଥିଲେ । ତପସ୍ୱିନୀଙ୍କ ଦାୟିତ୍ୱ ନେବାକୁ କୋର୍ଟ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ସେ ତାହାକୁ ଅବମାନନା କରି ଫେରାର ହୋଇଯାଇଥିବା ତପସ୍ୱିନୀ କହିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସୁମିତଙ୍କର ଏହି ନିରବତ କ’ଣ ପାଇଁ? କ’ଣ ରହିଛି ତାଙ୍କର ମାନସିକ ସ୍ଥିତି? ପେଶାରେ ଜଣେ ଡାକ୍ତର ସୁମିତ ରୋଗୀଙ୍କର ସମସ୍ୟା ଯେଭଳି ବୁଝନ୍ତି, ଅନୁରୂପ ଭାବେ ନିଜ ଜୀବନର ରୋଗ ବିଷୟରେ କେବେ ସମାଜକୁ କହିବେ? ଫ୍ୟାମିଲି କୋର୍ଟରେ ସୁମିତଙ୍କ ପକ୍ଷରୁ ଆଗତ କରାଯାଇଥିବା ଡିଭୋର୍ସ କେସର କାଉନସେଲିଂ ପାଇଁ ତପସ୍ୱିନୀ ହାଜର ହୋଇଥିଲେ । ସୁମିତ କୋର୍ଟଙ୍କ ନିୟମ ଅବମାନନା କରିଥିବାରୁ ତପସ୍ୱିନୀ ଏସଡିଜେଏମ କୋର୍ଟରେ ଏନେଇ ଅଭିଯୋଗ କରିବା ସହ ନକଲ ପ୍ରତିପକ୍ଷ ଓକିଲଙ୍କୁ ପ୍ରଦାନ କରିଛନ୍ତି । ସୁମିତଙ୍କ ଓକିଲ ଏହାର ଜବାବ କ’ଣ ରଖୁଛନ୍ତି ତାହା ଆସନ୍ତା ୧୭ ତାରିଖରେ ଜଣାପଡ଼ିବ ।

Get real time updates directly on you device, subscribe now.