fbpx

ବାରଣାସୀରେ ଅଧରାତିରେ ବିକାଶ କାର୍ଯ୍ୟର ନିରୀକ୍ଷଣ କଲେ ମୋଦୀ-ଯୋଗୀ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ ପ୍ରମୁଖ ବିକାଶମୂଳକ କାର୍ୟ୍ୟର ଯାଞ୍ଚ କରି କହିଛନ୍ତି ଯେ ଏହି ପବିତ୍ର ସହର ପାଇଁ ସର୍ବୋତ୍ତମ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିଛି । ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ‘କାଶୀରେ ପ୍ରମୁଖ ବିକାଶ କାର୍ୟ୍ୟ ଯାଞ୍ଚ କରାଯାଇଛି। ଏହି ପବିତ୍ର ସହର ପାଇଁ ସର୍ବୋତ୍ତମ ସମ୍ଭାବ୍ୟ ଭିତ୍ତିଭୂମି ସୃଷ୍ଟି କରିବା ଆମର ପ୍ରୟାସ। ’ସୋମବାର ରାତି ୧୨ ଟା ପରେ ଯାଞ୍ଚ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ବାରାଣାସୀରେ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ଉପମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀକୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଯେଉଁଠାରେ ସେ ସୋମବାର ଦିନ ପ୍ରାୟ ୩୩୯ କୋଟି ଟଙ୍କା ବ୍ୟୟରେ ନୂତନ ଭାବେ ନିର୍ମିତ କାଶୀ ବିଶ୍ୱନାଥ ଧାମର ପ୍ରଥମ ପର୍ୟ୍ୟାୟ ଉଦଘାଟନ କରିଛନ୍ତି । ସେହିପରି ମଙ୍ଗଳବାର ଦିନ ଅପରାହ୍ନ ୩.୩୦ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସଦଗୁରୁ ସଦାଫଳଦେବ ଭିହାଙ୍ଗମ ଯୋଗ ସଂସ୍ଥାନରେ ୯୮ ତମ ଜନ୍ମ ବାର୍ଷିକୀ ଉତ୍ସବରେ ଯୋଗଦେବେ। ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ।

Get real time updates directly on you device, subscribe now.