fbpx

ଆପଣ ଜାଣିଛନ୍ତି କି ଟ୍ରେନ୍ ପଛରେ କ’ଣ ପାଇଁ ‘X’ ଲେଖାଯାଇଥାଏ, ଜାଣନ୍ତୁ ଏହାର ଅର୍ଥ

ଆମ ଦେଶରେ ଟ୍ରେନରେ ଅଧିକାଂଶ ଲୋକ ଯାତ୍ରା କରିଥାନ୍ତି । ଆପଣମାନେ ଦେଖିଥିବେ, ଟ୍ରେନର ଅନ୍ତିମ ଡବାରେ ‘X’ ପରି ଏକ ସାଇନ୍ ରହିଥାଏ । ଅନେକ ଲୋକ ଏହି ଚିହ୍ନକୁ ଦେଖିଥିଲେ ମଧ୍ୟ ଏହାର ପ୍ରକୃତ ଅର୍ଥ ଜାଣନ୍ତି ନାହିଁ । ଭାରତରେ ଚାଲୁଥିବା ପ୍ରତ୍ୟେକ ପାସେଞ୍ଜର ଟ୍ରେନ୍ ପଛରେ ଧଳା କିମ୍ବା ହଳଦିଆ ରଙ୍ଗର ‘X’ ଚିହ୍ନ ରହିଥିବା ଦେଖିବାକୁ ମିଳିଥାଏ ।

ଟ୍ରେନ୍ ଡବାରେ ‘X’ ଚିହ୍ନ ରହିବା ନେଇ ରେଳ ବିଭାଗ ପକ୍ଷରୁ ନିୟମ ଜାରି କରାଯାଇଛି । ଅନେକ ଟ୍ରେନରେ ଭିନ୍ନ ଭିନ୍ନ ପ୍ରକାରର ଚିହ୍ନ ମଧ୍ୟ ଦେଖିବାକୁ ମିଳିଥାଏ । କିଛି ଟ୍ରେନ ଡବା ପଛରେ ‘LV’ ଲେଖାଯାଇଥିବା ଦେଖିବାକୁ ମିଳିଥାଏ । ଏହାର ଅର୍ଥ ହେଉଛି ଲାଷ୍ଟ ଭେହିକିଲ ବା ଅନ୍ତିମ ଡବା । ଯେତେବେଳେ କୌଣସି ଟ୍ରେନରେ ପଛ ଡବାରେ ‘X’ ଲେଖାଯାଇଥାଏ, କର୍ମଚାରୀଙ୍କୁ ଏହା ସଙ୍କେତ ଦେଇଥାଏ ଯେ, ଟ୍ରେନର ଏହା ହେଉଛି ଶେଷ ଡବା । ଯଦି କୌଣସି ଟ୍ରେନରେ ଏହି ଚିହ୍ନ ଦେଖିବାକୁ ମିଳିନଥାଏ, ତେବେ ଜାଣିବାକୁ ହେବ ଯେ ଟ୍ରେନ୍ ଜରୁରୀକାଳୀନ ପରିସ୍ଥିତିରେ ରହିଛି । କିଛି ଟ୍ରେନ୍ ପଛରେ ଲାଗିଥିବା ଲାଲ୍ ଆଲୋକ ଦୃଶ୍ୟମାନ ହୋଇଥାଏ । ଏହା ଟ୍ରାକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥାଏ ଯେ, ଟ୍ରେନ୍ ସେ ସ୍ଥାନ ଛାଡ଼ି ସାରିଛି, ଯେଉଁଠାରେ ସେମାନେ କାର୍ଯ୍ୟ କରୁଛନ୍ତି । ଖରାପ ପାଗରେ ଏହି ଆଲୋକ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଏତଦବ୍ୟତୀତ ଏହି ଲାଇଟ୍ ପଛରୁ ଆସୁଥିବା ଟ୍ରେନକୁ ମଧ୍ୟ ଇସାରା ଦେଇଥାଏ ।

Get real time updates directly on you device, subscribe now.