fbpx

ବିବାହ ଉପହାର ମିଳିଥିଲା ହୋମ୍ ଥିୟଟର, ସ୍ୱିଚ୍ ଅନ୍ କରୁ କରୁ ବ୍ଲାଷ୍ଟ… ଦୁଇ ଭାଇ ମୃତ

Advertisement

ନୂଆଦିଲ୍ଲୀ : ଛତିଶଗଡର କବୀରହମ୍ ଜିଲ୍ଲାରେ ଅଘଟଣ ଘଟି ଯାଇଛି । ବିବାହ ଉପହାରରେ ମିଳିଥିବା ଏକ ଗିଫ୍ଟ ବିସ୍ଫୋରଣ ହୋଇ ଦୁଇ ଭାଇଭ୍‌କର ମୃତ୍ୟୁ ଘଟିଛି । ଉପହାର ସ୍ୱରୂପ ହୋମ୍ ଥିଏଟର ମ୍ୟୁଜିକ୍ ସିଷ୍ଟମ ମିଳିଥିଲା । ଯାହାର ସ୍ୱିଜ୍ ଅନ୍ କରୁ କରୁ ହଠାତ୍ ବିସ୍ଫୋରଣ ହୋଇଥିଲା । ଏଥିରେ ବର ଏବଂ ତାଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଜଣେ ଶିଶୁଙ୍କ ସମେତ ଅନ୍ୟ ଚାରିଜଣ ଆହତ ହୋଇଥିଲେ। ମଙ୍ଗଳବାର ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ , ସୋମବାର ରେଙ୍ଗାଖର ପୋଲିସ ଷ୍ଟେସନ ପରିସରରେ ଥିବା ଚାମାରି ଗ୍ରାମରେ ଏହି ଘଟଣା ଘଟିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ରାଜଧାନୀ ରାୟପୁର ଠାରୁ ରେଙ୍ଗାଖର ପ୍ରାୟ ଦୁଇଶହ କିଲୋମିଟର ଦୂରରେ ଏବଂ ଛତିଶଗଡ-ମଧ୍ୟପ୍ରଦେଶ ସୀମାରେ ଥିବା ନକ୍ସଲ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ।

ହେମେନ୍ଦ୍ର ମେରାବୀ (୨୨) ଚଳିତ ମାସ ୧ ରେ ବିବାହ କରିଥିଲେ। ସୋମବାର, ହେମେନ୍ଦ୍ର ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ନିଜ ଘରେ ଥିବା ଏକ କୋଠରୀରେ ବିବାହରେ ମିଳିଥିବା ଉପହାର ଖୋଲୁଥିଲେ। ସେ କହିଛନ୍ତି ଯେ ହେମେନ୍ଦ୍ର ଇଲେକ୍ଟ୍ରିକ୍ ବୋର୍ଡ ସହିତ ତାର ସଂଯୋଗ କରି ମ୍ୟୁଜିକ୍ ସିଷ୍ଟମ୍ ଅନ୍ କରିବା ମାତ୍ରେ ଏହା ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ହେମେନ୍ଦ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଚିକିତ୍ସା ସମୟରେ ଭାଇଙ୍କର ମୃତ୍ୟୁ ହୋଇଥିଲା

ଏହି ଘଟଣାରେ ହେମେନ୍ଦ୍ରଙ୍କ ଭାଇ ରାଜକୁମାର (୩୦) ଏବଂ ଦେଢ ବର୍ଷର ବାଳକ ସମେତ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି ବୋଲି ଏଏସପି ମନୀଷା ଠାକୁର କହିଛନ୍ତି। ସମସ୍ତଙ୍କୁ କାୱାର୍ଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ହେମେନ୍ଦ୍ରଙ୍କ ଭାଇଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ କହିଛନ୍ତି। ଅନ୍ୟମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଏସପି ମନୀଷା ଠାକୁର କହିଛନ୍ତି ଯେ ଘଟଣା ଖବର ପାଇବା ମାତ୍ରେ ଫୋରେନସିକ୍ ବିଶେଷଜ୍ଞଙ୍କ ସହ ଏକ ପୋଲିସ ଟିମ୍ ଘଟଣାସ୍ଥଳକୁ ପଠାଯାଇଛି।

Get real time updates directly on you device, subscribe now.