fbpx

ଦେଶରେ କରେନା ଆକ୍ରାନ୍ତଙ୍କ ସୁସ୍ଥ ହାର ୪୮.୭%

ନୂଆଦିଲ୍ଲୀ, ୨ା୬: କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଦେଶରେ ନମୁନା ପରୀକ୍ଷା ସଂଖ୍ୟା ବଢ଼ାଯାଇଛି ବୋଲି ଲବ୍ ଅଗ୍ରୱାଲ କହିଛନ୍ତିି । ଏବେ ଦିନକୁ ଏକ ଲକ୍ଷ ୨୦ହଜାର ନମୁନା ପରୀକ୍ଷା କରାଯାଇଛି । ଭାରତୀୟ ଟେଷ୍ଟିଂ କିଟ୍ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଛି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ଲଗାତାର ଭାବେ ବଢ଼ିଚାଲିଛି । ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୪୮.୭ ପ୍ରତିଶତରେ ପହଞ୍ଚିଛି । ଆକ୍ରାନ୍ତଙ୍କ ଚିହ୍ନଟ ଓ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ରେମଡ଼େସିବିର ବ୍ୟବହାରକୁ ଅନୁମତି ମିଳିଛି । ରେମଡ଼େସିବିର ବ୍ୟବହାରକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର ହୋଇପାରିବ ରେମଡ଼େସିବିର ।

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬ ଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୫୯୮ କୁ ବୃଦ୍ଧି  ପାଇଛି।କରୋନା ରେ ଆକ୍ରାନ୍ତ ଥିବା ୯୫,୫୨୭ ଜଣ ସୁସ୍ଥ ହୋଇଥିବା ବେଳେ ଚିକିତ୍ସିତ ହେଉଛନ୍ତି ୯୭,୫୮୧  ଜଣ। ଏହାସହ ୨୪ ଘଣ୍ଟାରେ ୮,୧୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୪ଜଣ ଙ୍କର ମୃତ୍ୟୁ ହୋଇଛି।

Get real time updates directly on you device, subscribe now.