fbpx

OUAT ପକ୍ଷରୁ ବାହାରିଲା ଅନେକ ପଦବୀ, ନଭେମ୍ବର ୩୦ ସୁଦ୍ଧା ଅଫଲାଇନରେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ବାହାରିଛି ଅନେକ ପଦବୀ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ବିଶେଷ ତଥ୍ୟ ପାଇ ପାରିବେ । ପ୍ରାର୍ଥୀଙ୍କୁ ଅଫଲାଇନ ମୋଡ଼ରେ ଆବେଦନ କରିବାକୁ ପଡ଼ିବ ।

ଏଥିରେ ଆବେଦନ କରିବାକୁ ହେଲେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୭୦୦ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ପ୍ରାର୍ଥୀଙ୍କର ବୟସ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଦରକାର । ନିୟମ ଅନୁଯାୟୀ ବୟସ କୋହଳ ଧାର୍ଯ୍ୟ ହେବ । ନଭେମ୍ବର ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଏଥିରେ ଆବେଦନ କରିବାକୁ ପଡ଼ିବ ।

ମୋଟ ୪୯ଟି ପଦବୀ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ଦିଆଯିବ । ଏଗ୍ରିକଲଚର ସାଇନ୍ସ ପାଇଁ ୨୨ଟି, ଭେଟେରିନାରୀ ସାଇନ୍ସ ପାଇଁ ୯ଟି, ଫିଶେରି ସାଇନ୍ସ ପାଇଁ ୧ଟି, ଏଗ୍ରିକଲଚର ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ପାଇଁ ୩ଟି, ବେସିକ ସାଇନ୍ସ ଓ ମାନବିକତା ପାଇଁ ୧୪ଟି ପଦ ଖାଲି ରହିଛି ।

ନୋଲିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-OUAT-Asst-Professor-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ouat.nic.in/

Get real time updates directly on you device, subscribe now.