fbpx

ଓଡ଼ିଶା ସରକାରଙ୍କ SC-ST ବିଭାଗରେ ନିଯୁକ୍ତି ସୁଯୋଗ: ୨୦ ହଜାରରୁ ୬୦ ହଜାର ପର୍ଯ୍ୟନ୍ତ ଦରମା

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର (ଏସସିଏସଟିଆରଟିଆଇ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଆସନ୍ତା ୧ ତାରିଖ ସନ୍ଧ୍ୟା ୫.୩୦ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ପତ୍ର ପଠାଇ ପାରିବେ ।

ପ୍ରାର୍ଥୀଙ୍କୁ କନସଲଟାଣ୍ଟ, ରିସର୍ଚ୍ଚ ଆସୋସିଏଟ, ରିସର୍ଚ୍ଚ ଆସିଷ୍ଟାଣ୍ଟ ଓ ଡାଟା ଆନାଲିଷ୍ଟ ଆଦି ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ଫର୍ମ ନିମ୍ନଲିଖିତ ନୋଟିଫିକେସନ ଲିଙ୍କକୁ ଯାଇ ଡାଉନଲୋଡ୍ କରିପାରିବେ । ଏହାପରେ ଫର୍ମ ପୂରଣ କରି ରେଜିଷ୍ଟର୍ଡ ପୋଷ୍ଟ / ସ୍ପିଡ୍ ପୋଷ୍ଟ ମାଧ୍ୟମରେ ‘ଡାଇରେକ୍ଟର, ଏସସିଏସଟିଆରଟିଆଇ, ସିଆରପିଏଫ ସ୍କୋୟାର, ଭୁବନେଶ୍ୱର, ପିନ- ୭୫୧୦୦୩’ ଠିକଣାରେ ପଠାଇବାକୁ ପଡ଼ିବ ।

ପ୍ରାର୍ଥୀଙ୍କୁ ମୟୁରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ କେଉଁଝର ଆଦି ଜିଲ୍ଲାରେ କାର୍ଯ୍ୟ କରିବାକୁ ପଡ଼ିବ । କନସଲଟାଣ୍ଟ ପାଇଁ ପ୍ରାଥୀ ପିଜି / ଏମ.ଫିଲ / ପିଏଚଡି ଡିଗ୍ରୀ ହାସଲ କରିବା ସହିତ କାର୍ଯ୍ୟ ଅଭିଜ୍ଞତା ରହିଥିବା ଜରୁରୀ । ସେହିପରି ରିସର୍ଚ୍ଚ ଆସୋସିଏଟ ପଦ ପାଇଁ ମାଷ୍ଟର ଡିଗ୍ରୀ/ ଏମ.ଫିଲ / ପିଏଚ.ଡି, ରିସର୍ଚ୍ଚ ଆସିଷ୍ଟାଣ୍ଟ ପାଇଁ ଗ୍ରାଜୁଏଟ ଡିଗ୍ରୀ ଓ ଡାଟା ଆନାଲିଷ୍ଟ ପାଇଁ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିବା ଜରୁରୀ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା ଓ ଦରମା ଅଲଗା ଅଲଗା ରହିଛି ।

ନୋଟିଫିକେସନ ଲିଙ୍କ: https://www.scstrti.in/images/current/tender/different-contractual-positions-of-consultant-research-associate-research-assistant-and-data-analyst.pdf

Get real time updates directly on you device, subscribe now.