ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ପୁଣି ଟାର୍ଗେଟ କିଲିଂ, ଯୁବକଙ୍କୁ ଗୁଳିକରି କଲେ ହତ୍ୟା

News across the Earth, news close to your heart, Read Odisha Bhaskar English

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ଥରେ ଟାର୍ଗେଟରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ ପୁଣି ଥରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ଏଥର ଆତଙ୍କବାଦୀମାନେ ଅନନ୍ତନାଗରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି।

ମୃତକଙ୍କ ନାମ ଉଦପୁରର ବାସିନ୍ଦା ଦୀପୁ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ସେ ଏକ ଘରୋଇ ସର୍କସରେ କାମ କରୁଥିଲେ। ସେ କିଛି କାମ ପାଇଁ ସର୍କସରୁ ବାହାରକୁ ଆସିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ତାଙ୍କୁ ଆକ୍ରମଣ କରିଥିଲେ।

ଗୁଳିକାଣ୍ଡ ଘଟିବ ପରେ, ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଏକ ସର୍ଚ୍ଚ ଅପରେସନ୍ ଚାଲିଛି।

Get real time updates directly on you device, subscribe now.