fbpx

ଦୁଇଶହ ପଦବୀରେ ନିଯୁକ୍ତି ଦେବ OPSC, ଜାଣନ୍ତୁ ପୁରା ଖବର

ଭୁବନେଶ୍ୱର: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ୍ କ୍ୟାଡରର ଗ୍ରୁପ୍-ଏ (ଜୁନିୟର ଶାଖା) ରେ ଦନ୍ତ ରୋଗ ବିଶେଷଜ୍ଞ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ନିର୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ଏନେଇ ରାଜ୍ୟ ସୂଚନା ଏବଂ ଜଣ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଶାୟୀ ପ୍ରାର୍ଥୀମାନେ ଅଧିକ ସୂଚନା ପାଇବା ପାଇଁ ଓପିଏସସି ର ଡିସିଆଲ ୱେବସାଇଟ www.opsc.gov.in ଯାଇ ଯାଞ୍ଚ କରିପାରିବେ।

ଖାଲିଥିବା ପଦବୀ

ଅନରିଜର୍ଭଡ: ୭୩ ପଦବୀ
ଏସଇବିସି- ୧୬ ପଦବୀ
ସିଡ୍ୟୁଲଡ୍ କାଷ୍ଟ- ୨୪ ପଦବୀ
ସିଡ୍ୟୁଲଡ୍ ଟ୍ରାଇବ୍- ୮୪ ପଦବୀ
ସର୍ବମୋଟ- ୧୯୭ ପଦବୀ

 

Get real time updates directly on you device, subscribe now.