ଭୁବନେଶ୍ୱର: ପ୍ରବଳ ବର୍ଷା ପାଇଁ ଓଡ଼ିଶାରେ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପୂର୍ବ ଓ ପଶ୍ଚିମ ଭାଗରେ ସକ୍ରିୟ ଦୁଇଟି ଲଘୁଚାପ ପାଇଁ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।
ଯେଉଁ କାରଣରୁ ପାଣିପାଗ ବିଭାଗ ତରଫରୁ ଦେଶର ୫ ରାଜ୍ୟକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ, ଆସାମ, ମେଘାଳୟକୁ କେନ୍ଦ୍ରୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି ।
ଗାଙ୍ଗେୟ ପଶ୍ଚିମବର୍ତ୍ତୀ ଉପତ୍ୟକା ତା’ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।
ଆଜି ସକାଳୁ ଲଘୁଚାପ ଘନିଭୂତ ହୋଇ ସୁସ୍ପଷ୍ଟ ଲଘୁଜାପର ରୂପ ନେଇଛି । ଏ ନେଇ ଓଡ଼ିଶାର ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୁରଭଞ୍ଜ, ଯାଜପୁର, କେନ୍ତୁଝର, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼ ଏବଂ ସମ୍ବଲପୁରରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ କାଲି ପ୍ରବଳ ବର୍ଷା ସମ୍ଭାବନା ଥିବା କାରଣରୁ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା କାଲିପାଇଁ ଏଠାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଗତକାଲିଠାରୁ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାରେ ପହଞ୍ଚି ସାରିଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।