fbpx
BSKY
BJD MC SKY
BJD YOUTH SKY

ଉତ୍ତର କୋରିଆରେ ଲାଲ ରଙ୍ଗର ଲିପଷ୍ଟିକ୍ ବ୍ୟାନ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଳୀ: ମହିଳାମାନେ ସାଧାରଣତଃ ଲିପଷ୍ଟିକ୍ ଲଗାଇବାକୁ ଭଲ ପାଆନ୍ତି । ଲିପଷ୍ଟିକ ଲଗାଇବା ଦ୍ୱାରା ମହିଳାମାନଙ୍କ ସୁନ୍ଦରତା ଅଧିକ ବଢିଥାଏ । ଅନେକ ମହିଳା ଅଛନ୍ତି ଯେଉଁମାନେ ଲାଲ୍ ଲିପଷ୍ଟିକ୍ ଅଧିକ ଲଗାଇଥାନ୍ତି । କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠାରେ ଲାଲ ଲିପଷ୍ଟିକ୍ କୁ ବ୍ୟାନ କରାଯାଇଛି । ଯଦି ଆପଣ ଏହାର କାରଣ ଜାଣିବେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ତେବେ ଉତ୍ତର କୋରିଆ ହେଉଛି ଏପରି ଏକ ଦେଶ ଯେଉଁଠାରେ ଓଠରେ ଲାଲ୍ ଲିପଷ୍ଟିକ୍ ଲଗାଇବାକୁ ନିଷେଧ କରାଯାଇଛି । ଖବର ଅନୁଯାୟୀ କିମ ଜୋଙ୍ଗ ସରକାର ଏଥିପାଇଁ ନିୟମ କରିଛନ୍ତି । ଆସନ୍ତୁ ଜାଣିବା କ’ଣ ରହିଛି ଏହାର କାର ।

ରିପୋର୍ଟ ଅନୁଯାୟୀ, ଏହି ଲିପଷ୍ଟିକର ରଙ୍ଗ ଲାଲ ହୋଇଥିବାରୁ ଏହାକୁ ବ୍ୟାନ କରାଯାଇଛି । ସରକାର ବିଶ୍ୱାସ କରନ୍ତି ଯେ ଏହି ରଙ୍ଗ ପୁଞ୍ଜିବାଦକୁ ପ୍ରୋତ୍ସାହିତ କରିଥାଏ, ତେଣୁ ମହିଳାମାନଙ୍କୁ ଏହି ରଙ୍ଗର ଲିପଷ୍ଟିକ୍ ଓଠରେ ଲଗାଇବାକୁ ବ୍ୟାନ କରାଯାଇଛି । ଦେଶରେ କେବଳ ଲାଲ୍ ଲିପଷ୍ଟିକ୍ ନୁହେଁ, ଅନ୍ୟାନ୍ୟ କେତେକ ଉତ୍ପାଦ ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି । ଉତ୍ତର କୋରିଆ ଏପରି ଏକ ଦେଶ ଯେଉଁଠାରେ ସାଧାରଣ ଲୋକଙ୍କ ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନରେ ଅଧିକ ସରକାରୀ ହସ୍ତକ୍ଷେପ ରହିଛି ।

ଏହି ରଙ୍ଗର ମେକଅପ୍ ପ୍ରଡକ୍ଟ ପ୍ରୟୋଗ କରିବା ପରିବର୍ତ୍ତେ ମହିଳାମାନଙ୍କୁ ହାଲୁକା ରଙ୍ଗ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶର ଲୋକଙ୍କୁ ଏହି ରଙ୍ଗର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରି ସର୍ବସାଧାରଣ ସ୍ଥାନକୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ଏଠାରେ ମହିଳାମାନଙ୍କୁ ହାଲୁକା ରଙ୍ଗର ଲିପଷ୍ଟିକ୍ ପ୍ରୟୋଗ କରିବାକୁ ଅନୁମତି ଦିଆଯାଇଛି । କେବଳ ଏତିକି ନୁହେଁ, ମହିଳାମାନେ ଏପରି ଭୁଲ ନକରିବା ପାଇଁ ଦେଶର ଅନେକ ସ୍ଥାନରେ ପାଟ୍ରୋଲିଂ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏଠାରେ କେବଳ ଚେହେରାରେ ପ୍ରୟୋଗ କରାଯାଉଥିବା ବ୍ୟୁଟି ପ୍ରଡକ୍ଟସ୍ ନୁହେଁ, କେଶର ରଙ୍ଗ ଉପରେ ମଧ୍ୟ ନିୟମ କରାଯାଇଛି । ମହିଳା ଏବଂ ପୁରୁଷମାନଙ୍କୁ କେଶରେ ଲାଲ ରଙ୍ଗ କରିବାକୁ ବ୍ୟାନ କରାଯାଇଛି, ସେମାନେ ହାଲୁକା ରଙ୍ଗ ଲାଗାଇ ପାରିବେ ।

Get real time updates directly on you device, subscribe now.