fbpx

୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି, ଜାଣନ୍ତୁ କେଉଁଟି କେଉଁଟି ?

AAKASH

ଭୁବନେଶ୍ୱର,୨୨ ।୧୦(ଓଡ଼ିଶା ଭାସ୍କର) : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ସାରିଛି । ଏହା ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଏହି ୪ଟି ଜିଲ୍ଲାଗୁଡ଼ିକ ହେଲେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର।

ଏହାର ପ୍ରଭାବରେ ଏହି ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଆସନ୍ତାକାଲି ସକାଳ ୮ଟା ଯାଏ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହା ମଧ୍ୟରେ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ବର୍ଷା ସମୟରେ ତଳିଆ ଅଞ୍ଚଳରେ ଜମିବା ସହ କଚ୍ଚା ଘର ପ୍ରତି ବିପଦ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

Get real time updates directly on you device, subscribe now.